ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୧୪।୪: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ପିପିଲି ଉପର୍ନିବାଚନ ବନ୍ଦ ହୋଇପାରେ। ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୫୨ ଅନୁଯାୟୀ, ନିର୍ବାଚନ ଲିଢୁଥିବା ପ୍ରାର୍ଥୀଙ୍କ ମତଦାନ ପୂର୍ବରୁ ଦେହାନ୍ତ ହେଲେ ନିର୍ବାଚନ କମିଶନ ସ୍ବତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ। ବର୍ତ୍ତମାନ ପିପିଲି କ୍ଷେତ୍ରରେ ସମାନ ନିଷ୍ପତ୍ତି ନେଇପାରନ୍ତି ଇସି। ଏନେଇ ଖୁବ ଶୀଘ୍ର ନିର୍ବାଚନ କମିଶନର ଉପନିର୍ବାଚନ ବନ୍ଦ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି। ୧୭ ତାରିଖରେ ପିପିଲି ପାଇଁ ଭୋଟ ଗ୍ରହଣ ହୋଇଥାନ୍ତା। ହେଲେ ନିର୍ବାଚନର ୩ ଦିନ ପୂର୍ବରୁ ବୁଧବାର କଂଗ୍ରେସ ପ୍ରାର୍ଥୀ ମଙ୍ଗରାଜଙ୍କ ପରଲୋକ ଘଟିଛି।

Share