ନୂଆଦିଲ୍ଲୀ,୨୧।୮: କରୋନା ସଙ୍କଟ ମଧ୍ୟରେ ଖୁବ୍ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସଂସଦ ଅଧିବେଶନ ଆରମ୍ଭ ହେବ ବୋଲି ସୂତ୍ରରୁ ସୂଚନା ମିଳିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ୪ସପ୍ତାହ ଧରି ଚାଲିବ। ଗୋଟିଏ ଦିନ ଲୋକ ସଭା ଓ ଗୋଟିଏ ଦିନ ରାଜ୍ୟସଭା ଆୟୋଜିତ ହେବ ବୋଲି କୁହାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକସଭାର ସମସ୍ତ ଏମ୍ପି ସେଣ୍ଟ୍ରାଲ୍ ହଲ୍ରେ ବସିବେ ଏବଂ ରାଜ୍ୟସଭାର ସମସ୍ତ ଏମ୍ପି ଲୋକ ସଭା ଓ ରାଜ୍ୟସଭାରେ ବସିବେ ବୋଲି ଜଣାପଡ଼ିଛି। ସମସ୍ତଙ୍କ ଏମ୍ପିଙ୍କ ନିକଟରେ ଆରୋଗ୍ୟ ସେତୁ ଆପ୍ ରହିବା ବାଧ୍ୟତାମୂଳକ। ସେହିପରି ସବୁ ସ୍ଥାନରେ ସ୍କ୍ରିନିଂ ଓ ସାନିଟାଇଜ୍ ବ୍ୟବସ୍ଥା ରହିବ। ଏତଦ୍ ବ୍ୟତୀତ ସଂସଦର କର୍ମଚାରୀଙ୍କୁ ସଂସଦ ଭବନକୁ ଆସିବାକୁ ଅନୁମତି ଦିଆଯିବନାହିଁ।