ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ ଅଗ୍ରଣୀ କମ୍ପାନୀ ସମୂହ ଦୀର୍ଘବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଏପରି କି ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତା ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବ ବୋଲି ଶନିବାର ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ନୂତନ ଭାବେ ନିଯୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ଅବସରରେ ଏଭଳି କିଛି ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଏକ ସୌଜନ୍ୟମୂଳକ ସାକ୍ଷାତ ସହ ନୂତନ ଭାବେ ଗଠିତ ହୋଇଥିବା ରାଜ୍ୟ ସରକାରଙ୍କୁ ସେ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟରେ ବର୍ତ୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏପରିକି ରାଜ୍ୟ ସଚିବାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଯୋଗ ଦେଇ ଅଗ୍ରୱାଲ ଓଡ଼ିଶାର ଅଗ୍ରଗତି ପାଇଁ ବେଦାନ୍ତ ଗ୍ରୁପର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେହିଭଳି ସହଯୋଗର ନୂତନ କ୍ଷେତ୍ରଗୁଡିକ ଚିହ୍ନଟ କରିବା ଉପରେ ବ୍ୟାପକ ଆଲୋଚନା ହୋଇଥିଲାବେଳେ ଓଡ଼ିଶାର ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ତ୍ୱରାନ୍ବିତ କରି ରାଜ୍ୟର ଶିଳ୍ପ ଏବଂ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ବୃଦ୍ଧି କରିପାରିବ। ବିଶେଷ କରି ନୂତନ ସରକାରଙ୍କ ଦୃଷ୍ଟିକୋଣ ଏବଂ ନେତୃତ୍ୱ ଉପରେ ସେ ନିଜର ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ଏ ନେଇ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି, ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାର ପ୍ରମାଣ। ବେଦାନ୍ତର ସଫଳତା ପାଇଁ ଓଡ଼ିଶା ରାଜ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାର ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ପାଇଁ ଆମେ ସମର୍ପିତ ଅଟୁ। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ଥିଲା ଏବଂ ଆମେ ଓଡ଼ିଶାର ଅଭିବୃଦ୍ଧି ପାଇଁ ଆମର ସହଭାଗୀ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲୁ।

ସେହିପରି ମୋହନ ଚରଣ ମାଝୀଙ୍କ ଦକ୍ଷ ନେତୃତ୍ୱରେ ଆମର ଦୀର୍ଘଦିନର ସହଭାଗିତା ଆଗକୁ ବଢ଼ିବା ସହିତ ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପ୍‌ ଓଡ଼ିଶାରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଥିବାବେଳେ ବିଶ୍ୱର ଯେକୌଣସିଠାରେ ଏହା ହେଉଛି ସର୍ବବୃହତ୍‌ ପୁଞ୍ଜି ବିନିଯୋଗ। ଏହି ପୁଞ୍ଜି ବିନିଯୋଗ ଦ୍ୱାରା ୧.୮ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଝାରସୁଗୁଡା ଠାରେ ବିଶ୍ୱର ସର୍ବବୃହତ୍‌ ଇଣ୍ଟିଗ୍ରେଟେଡ୍‌ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଏବଂ ୩.୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନେରୀ ପ୍ରତିଷ୍ଠା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri