ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ ପାର୍ବଣ ଟ୍ରେନ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସେବା ଯୋଗାଉଥିବା ୨୧ ଯୋଡ଼ା ପାର୍ବଣ ସ୍ପେଶାଲ ଟ୍ରେନଗୁଡ଼ିକର ଚଳାଚଳ ଅବଧି ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଏବଂ ଆନନ୍ଦ ବିହାରରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ ଭୁବନେଶ୍ୱରରୁ ମାର୍ଚ୍ଚ ୩୧ ପର୍ଯନ୍ତ ଓ ଆନନ୍ଦ ବିହାରରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱରରୁ ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସରୁ ବୁଧବାର ଓ ଶନିବାର ଛାଡୁଥିବା ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ ଭୁବନେଶ୍ୱରଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଓ ଏଲଟିଟିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଶନିବାର ଦିନ ଭୁବନେଶ୍ୱରରୁ ଓ ରବିବାର ତିରୁପତିରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ, ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଗୁରୁବାର ଭୁବନେଶ୍ୱରରୁ ଓ ଶୁକ୍ରବାର ଚେନ୍ନାଇରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ, ଭୁବନେଶ୍ୱର-ବେଙ୍ଗାଲୁର କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ରବିବାର ଭୁବନେଶ୍ୱରରୁ ଓ ମଙ୍ଗଳବାର ବେଙ୍ଗାଲୁର କ୍ୟାଣ୍ଟରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ, ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ମଙ୍ଗଳବାର ଭୁବନେଶ୍ୱରରୁ ଓ ବୁଧବାର ପୁଡୁଚେରୀରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ, ଭୁବନେଶ୍ୱର-ରାମେଶ୍ୱରମ୍‌-ଭୁବନେଶ୍ୱର ସାପ୍ତାହିକ ଶୁକ୍ରବାର ଭୁବନେଶ୍ୱରରୁ ଓ ରବିବାର ରାମେଶ୍ୱରମ୍‌ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ, ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସାମ୍ବଲପୁରରୁ ଶୁକ୍ରବାର ଓ ଶନିବାର ହାଓଡ଼ାରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ, ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ବୁଧବାର ଓ ରବିବାର ସମ୍ବଲପୁରରୁ ଏବଂ ସୋମବାର ଓ ଗୁରୁବାର ମାଣ୍ଡୁଆଡିହରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ, ପୁରୀ-ପାଟନା-ପୁରୀ ସ୍ପେଶାଲ ସୋମବାର ପୁରୀରୁ ଓ ବୁଧବାର ପାଟନାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ପୁରୀ-ଜୟନଗର-ପୁରୀ ସ୍ପେଶାଲ ଗୁରୁବାର ପୁରୀରୁ ଓ ଶନିବାର ଜୟନଗରରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ, ପୁରୀ-ସୁରଟ-ପୁରୀ ସ୍ପେଶାଲ ରବିବାର ପୁରୀରୁ ଓ ମଙ୍ଗଳବାର ସୁରଟରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ, ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍‌-ପୁରୀ ସାପ୍ତାହିକ ମଙ୍ଗଳବାର ପୁରୀରୁ ଓ ଗୁରୁବାର ଏଲଟିଟିରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ, ପୁରୀ-ଚେନ୍ନାଇ-ପୁରୀ ସ୍ପେଶାଲ ରବିବାର ପୁରୀରୁ ଓ ପ୍ରତି ସୋମବାର ଚେନ୍ନାଇରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଅନ୍ୟ ସ୍ପେଶାଲ ଟ୍ରେନ୍‌ଗୁଡ଼ିକ ହେଲା ବିଶାଖାପଟନମ୍‌-ନିଜାମୁଦ୍ଦିନ-ବିଶାଖାପଟନମ୍‌ ଦ୍ୱିସାପ୍ତାହିକ,ବିଶାଖାପଟନମ୍‌-ନିଜାମୁଦ୍ଦିନ-ବିଶାଖାପାଟନମ୍‌ ସ୍ପେଶାଲ,ବିଶାଖାପାଟନମ୍‌-ଚେନ୍ନାଇ-ବିଶାଖାପାଟନମ୍‌ ସ୍ପେଶାଲ, ବିଶାଖାପଟନମ୍‌-ଲୋକମାନ୍ୟ ତିଲକଟର୍ମିନସ୍‌-ବିଶାଖାପଟନମ୍‌ ସ୍ପେଶାଲ,ବିଶାଖାପଟନମ୍‌-ଗାନ୍ଧୀଧାମ-ବିଶାଖାପଟନମ୍‌ ସ୍ପେଶାଲ, ବିଶାଖାପଟନମ୍‌-କଡପା-ବିଶାଖାପଟନମ୍‌ ସ୍ପେଶାଲଓବିଶାଖାପଟନମ୍‌-ଲିଙ୍ଗମପଲ୍ଲୀ-ବିଶାଖାପଟନମ୍‌ ସ୍ପେଶାଲ।

Share