ଲୁଣାନଦୀର ବନ୍ୟାସ୍ରୋତରେ ଚାଲିଛି ଯାତ୍ରୀବାହୀ ଡଙ୍ଗା

ମହାକାଳପଡ଼ା,୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମହାନଦୀ, ଲୁଣା ଓ ପାଇକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ କେତେକ ଫେରି ଘାଟର ଘାଟିଆମାନେ ଲୋକମାନଙ୍କୁ ବନ୍ୟା ସ୍ରୋତରେ ଡଙ୍ଗା ଚଳାଇ ନଦୀ ପାର କରୁଛନ୍ତି ା ହେଲେ ପ୍ରଶାସନ ପକ୍ଷରୁ କୌଣସି କଟକଣା ଜାରି କରାଯାଉ ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ା ୨୦୨୨,ଅଗଷ୍ଟ ୨୦ ସନ୍ଧ୍ୟାରେ ପାରଦୀପ ଶିଳ୍ପ କାରଖାନା ନିକଟ ମୁଶାଡ଼ିଆରୁ ଏକ ଡଙ୍ଗାରେ ୬୦ଜଣ ଲୋକଙ୍କ ସହିତ ୩୦ ବାଇକ୍‌, ୨୦ ସାଇକେଲ ବାହାକୁଦ ଘାଟକୁ ଆସୁଥିଲେ। ହେଲେ ନଦୀ ମଝିରେ ଡଙ୍ଗାର ମୋଟର ଅଚଳ ହୋଇପଡିଥିଲାା ଫଳରେ ଡଙ୍ଗାଟି ବନ୍ୟା ସ୍ରୋତରେ ଭାସି ଯାଇଥିଲା ା ଶେଷରେ ଡଙ୍ଗାରେ ଥିବା ଲୋକମାନଙ୍କୁ ବତୀଘର ପଞ୍ଚାୟତ ବଡଟୁବି – ନିପାଣିଆ ନିକଟ ବୁଦାମୁଳରୁ ଅଗ୍ନିଶମ କର୍ମଚାରୀ ଓ ଖରିନାଶି ବୋଟ ସଂଘ କର୍ମକର୍ତ୍ତା ଉଦ୍ଧାର କରିଥିଲେ ା ଏହି ଘଟଣା ପରେ ବି କେହି ସଚେତନ ହୋଇ ନାହାନ୍ତି ା ଚଳିତ ବର୍ଷ ବନ୍ୟାରେ ବି ଫେରି ଘାଟରୁ ଡଙ୍ଗା ଚଳାଚଳ କରୁଛି ା ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଉତ୍ତର ଦାୟୀ ରହିବେ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ପ୍ରଶ୍ନ କରିଛନ୍ତି। ଅନେକ ଫେରି ଘାଟର ବୋଟର ଲାଇସେନ୍ସ ନାହିଁ ା ନାଉରିଆମାନେ ବି ବିନା ଲାଇସେନ୍ସରେ ଡଙ୍ଗା ଚଳାଉଛନ୍ତି ା ବୋଟ୍‌ ଫିଟ୍‌ନେସ ଓ ଲାଇଫ୍‌ ଜ୍ୟାକେଟ ଉପରେ ଗୁରୁତ୍ୱ ଦିଆଯାଉନାହିଁ ା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୦୦୪ ବୋଟ୍‌ ରୁଲ ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଏ ସଂକ୍ରାନ୍ତରେ ବିଡିଓ ସାଗର କୁମାର ନନ୍ଦଙ୍କୁ ପ୍ରଶ୍ନ କରାଯିବାରୁ ଖୁବ୍‌ ଶୀଘ୍ର ସବୁ ପଞ୍ଚାୟତକୁ ଏଥିପାଇଁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ା

Share