ଭୁବନେଶ୍ୱର,୧୪।୧୦: ଭୁବନେଶ୍ୱର,୧୪।୧୦: କୋରାପୁଟରୁ ଭୁବନେଶ୍ୱରକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଉପରେ ଏକ ମୋଟା ଆକାରର ଜରିମାନା ଲଗାଇଛନ୍ତି ଆର୍ଟିଓ ଭୁବନେଶ୍ୱର-୨। ଓଡି୧୦ ଏଫ୦୪୦୯ ନମ୍ବର ଥିବା ଏହି ବସ୍ଟି ୨୦୧୯ ମେ’ରୁ ଏଯାଏ ମୋଟର ଭାଇକେଲ୍ ଟ୍ୟାକ୍ସ ଦେଇ ନ ଥିବାରୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା ଲଗାଯାଇଛି। ଏହାସହ ବସ୍ର ଫିଟ୍ନେସ୍, ଇନ୍ସ୍ୟୁରାନ୍ସ, ପରମିଟ୍ ନ ଥିବା ମଧ୍ୟ ଜଣାପଡିଛି।