ବସ୍‌ ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୫ା୪(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଏକ ଯାତ୍ରୀବାହୀ ବସ୍‌ରୁ ଯାତ୍ରୀମାନଙ୍କୁ ବାହାର କରି ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କଣ୍ଟାଠାରୁ ୧୫ କିଲୋମିଟର ଦୂରରେ ଏକ ଯାତ୍ରୀବାହୀ ବସ୍‌ରେ ମାଓବାଦୀମାନେ ନିଆଁ ଲଗାଇଛନ୍ତି।

ସୂଚନାନୁଯାୟୀ, ପ୍ରାୟ ୨୦ରୁ ୩୦ ମାଓବାଦୀ ସେଠାରେ ପହଞ୍ଚି ବସ୍‌ ଅଟକାଇବା ପରେ ଯାତ୍ରୀମାନଙ୍କୁ ବାହାରକୁ ବାହାରିବା ପାଇଁ କହିଥିଲେ ଏବଂ ପରେ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ବସ୍‌ଟି ଓଡ଼ିଶାର ଜୟପୁରଠାରୁ ହାଇଦ୍ରାବାଦ ଯାଉଥିଲା। ତେବେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଆଖପାଖ ଅଞ୍ଚଳରେ ସର୍ଚ୍ଚ କରୁଛନ୍ତି।

Share