ପାଟଣା,୧୪।୧୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥ ଖଜୁରିଡ଼ିହା ଛକ ପାର୍ଶରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଏକ ଅଜଣା ହାଇୱା ଧକ୍କାରେ ଚୁରମାର ହୋଇଯାଇଛି। ଗୁରବାର ସକାଳୁ ଘଟିଥିବା ଏହି ଘଟଣାରେ ଯାତ୍ରୀ ପ୍ରତୀକ୍ଷାଳୟ ଭାଙ୍ଗି ଚୁରମାର ହୋଇଯାଇଛି।
ସୂଚନାଯୋଗ୍ୟ, ଉକ୍ତ ଯାତ୍ରୀ ପ୍ରତୀକ୍ଷାଳୟଟି ବହୁ ପୁରୁଣା ହୋଇଥିବା ବେଳେ ଏବେ ରଙ୍ଗ କାମ ହୋଇଥିଲା। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ଫେରିଥିଲେ ହେଁ ହାଇୱାକୁ ଏପର୍ଯ୍ୟନ୍ତ ଠାବ କରି ପାରିନାହିଁ।