ପାଟଣା,୧୪ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଖଜୁରିଡିହା ଛକ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଗୁରୁବାର ସକାଳୁ ଏକ ଅଜଣା ହାଇଓ୍ବା ଧକ୍କା ଦେବାରୁ ଏହା ଧରାଶାୟୀ ହୋଇଯାଇଛି।
ସୂଚନା ଯେ, ଉକ୍ତ ଯାତ୍ରୀ ବିଶ୍ରାମାଗାରଟି ବହୁ ପୁରୁଣା ହୋଇଥିବା ବେଳେ ଏବେ ରଙ୍ଗ କାର୍ଯ୍ୟ ହୋଇଥିଲା। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ଫେରିଥିଲେ ହେଁ ହାଇଓ୍ବାକୁ ଠାବ କରି ପାରିନାହିଁ।