Categories: ଜାତୀୟ

ବିମାନରେ ଧୂମପାନ କରି ବନ୍ଧା ହେଲେ ଯାତ୍ରୀ

ବେଙ୍ଗାଲୁରୁ,୧୭ା୫: ବିମାନ ଶୌଚାଳୟରେ ଧୂମପାନ କରି ଜଣେ ଯାତ୍ରୀ ଗିରଫ ହୋଇଛନ୍ତି। ଆଲାସ୍କା ବିମାନରେ ଯାତ୍ରା କରୁଥିବା ଏହି ଯାତ୍ରୀ ଜଣକ ଶୌଚାଳୟରେ ଧୂମପାନ କରୁଥିବା ବିମାନର କ୍ରୁ ସଦସ୍ୟମାନେ ଜାଣି ପାରି ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିଥିଲେ। ପରେ ଯାତ୍ରୀ ଜଣଙ୍କ ବେଙ୍ଗାଲୁରୁରେ ଅବତରଣ କରିବା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍‌ଏଫ୍‌) ସହାୟତାରେ ଗିରଫ କରାଯାଇ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ମଙ୍ଗଳବାର ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଆଲାସ୍କା ବିମାନରେ ଘଟିଥିଲା।

Share