ଚିଲିକା ମଝିରେ ଲଞ୍ଚ ଅଚଳ: ଫସିରହିଲେ ଯାତ୍ରୀ

କୃଷ୍ଣପ୍ରସାଦ,୧୮।୯(ଡି.ଏନ୍‌.ଏ.): ଚିଲିକା ମଧ୍ୟରେ ଶନିବାର ଏକ ଲଞ୍ଚ ଅଚଳ ହୋଇଯାଇଥିଲା। ଫଳରେ ଯାତ୍ରୀ ୨ ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲେ। ଅନ୍ତର୍ଜାତୀୟ ଜଳପଥ ପରିବହନ ବିଭାଗର ଏହି ଲଞ୍ଚଟି ପୁରୀ ଜିଲା କୃଷ୍ଣପ୍ରସାଦ ଜେଟିରୁ ଶନିବାର ସକାଳେ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଚିଲିକା ମଧ୍ୟରେ ଅଚଳ ହୋଇ ପଡିଥିଲା । ଲଞ୍ଚର ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇଥିବା ଜଣାପଡ଼ିଛି। ତେବେ ଚିଲିକା ପାଣି ମଧ୍ୟରେ ଯାତ୍ରୀମାନେ ୨ ଘଣ୍ଟା ଜଳବନ୍ଦୀ ପରେ ବାଲୁଗାଁରୁ ଏକ ଲଞ୍ଚ ସେମାନଙ୍କୁ ଉଦ୍ଧାର କରିଥିଲା।

Share