କୌଶିକ ବସୁ
ଭାରତ ଏବଂ ବିଶ୍ୱବ୍ୟାଙ୍କ୍ରେ ଜଣେ ନୀତି ନିର୍ଦ୍ଧାରକ ଭାବେ କାର୍ଯ୍ୟ କରୁଥିତ୍ବା ସମୟରେ ମୁଁ କିଛି ନେତାଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କ ମଧ୍ୟରେ ଆମେରିକାର ପରରାଷ୍ଟ୍ର ସଚିବ ମ୍ୟାଡେଲିନି ଅଲ୍ବ୍ରାଇଟଙ୍କୁ ସମ୍ମାନ କରୁଥିତ୍ଲି। ସେ ଥିଲେ ଜଣେ ମାଷ୍ଟର ଷ୍ଟ୍ରାଟେଜିଷ୍ଟ ବା ରଣନୀତିକ ଗୁରୁ। ସେ ଭୁଲ୍ ଠିକ୍ ବିଚାର କରି ଏବଂ ଅନ୍ୟମାନଙ୍କ ମାନସିକତାକୁ ଭଲ ଭାବେ ବୁଝି ରଣନୀତି ପ୍ରସ୍ତୁତ କରୁଥିଲେ। ସେଥିପାଇଁ ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ କରିବା ପାଇଁ ଆବଶ୍ୟକ ଜରୁରୀ ବୈଶ୍ୱିକ ପଦକ୍ଷେପ ସମ୍ବନ୍ଧରେ ନିକଟରେ ତାଙ୍କ ଦ୍ୱାରା ପ୍ରକାଶିତ ଲେଖାକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ। ରୁଷିଆର ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ୍ ବିଶ୍ୱରେ ତାଙ୍କ ଏକଚ୍ଛତ୍ରବାଦୀ ପ୍ରଭାବ ଦର୍ଶାଇବା ଲାଗି ଗଣତାନ୍ତ୍ରିକ ରାଷ୍ଟ୍ର ୟୁକ୍ରେନ୍ ଉପରେ ଭୀଷଣ ଆକ୍ରମଣ ଜାରି ରଖିଥିବା ପରିପ୍ରେକ୍ଷୀରେ ତାଙ୍କ ଲେଖାର ଗୁରୁତ୍ୱ ରହିଛି। ଦେଖିବାକୁ ଗଲେ ଇତିହାସ ମାନବୀୟ ଦମନର ବିକୃତ ରୀତିରେ ପରିପୂର୍ଣ୍ଣ। ଦାସତ୍ୱ, ବର୍ଣ୍ଣବାଦ ଏବଂ ସୀମିତ ବ୍ୟକ୍ତିଙ୍କ ଆଧିପତ୍ୟ ଲୋକମାନଙ୍କ ସ୍ବପ୍ନକୁ ଧୂଳିସାତ କରି ଦେଇଛି। ଏବେ ବ୍ରାଜିଲ, ତୁର୍କୀ ଏବଂ ରୁଷିଆ ଭଳି ଦେଶଗୁଡ଼ିକରେ ଲଗାତର ଏକଚ୍ଛତ୍ରବାଦ ବଢ଼ିଚାଲିଥିବାରୁ ତାହା ବିରୋଧରେ ସ୍ବର ଉଠାଇବା ସହ ଦୃଢ଼ ଗଣତନ୍ତ୍ରକୁ ବିଶ୍ୱସ୍ତରରେ ସମର୍ଥନ କରିବା ଆବଶ୍ୟକ। ଏକଚ୍ଛତ୍ରବାଦୀ କୁଶାସନ ବ୍ୟାପୁଥିବାରୁ ସାଧାରଣ ଲୋକେ ଅଧିକ ସ୍ବାଧୀନତା ଏବଂ ପ୍ରତିଷ୍ଠା ଚାହଁୁଛନ୍ତି। ଏଥିପାଇଁ ସେମାନେ ଗଣତନ୍ତ୍ର ଲାଗି ଅଧିକ ଆଶାବାଦୀ। ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ଦ୍ୱାରା ୨୦୨୧ରେ ୧୭ଟି ବିକଶିତ ଅର୍ଥବ୍ୟବସ୍ଥା ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଏକଚ୍ଛତ୍ରବାଦୀ ଦେଶଗୁଡ଼ିକରେ ବ୍ୟକ୍ତି ସ୍ବାଧୀନତା ଅଭାବ ରହିଛି ଓ ଏହି କାରଣରୁ ସେମାନଙ୍କ ମଧ୍ୟରେ ସବୁବେଳେ ଅସନ୍ତୋଷ ଲାଗିରହୁଛି। ଉକ୍ତ ସର୍ଭେ ଅନୁଯାୟୀ ଏହିସବୁ ଦେଶରେ ୭୪ ପ୍ରତିଶତ ଲୋକ ପୁଟିନ ବୈଶ୍ୱିକ ସ୍ତରରେ ଠିକ୍ କାମ କରୁଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି।
ବିରୋଧୀଙ୍କୁ ଦମନ କରି ଏକଦଳୀୟ ଶାସନ କରିବା ପ୍ରବୃତ୍ତିର ନେତାମାନଙ୍କ ଉତ୍ଥାନ ହେଲେ ବି ପତନ ସମ୍ଭବ ବୋଲି ଅଲବ୍ରାଇଟ୍ଙ୍କ ସର୍ବେକ୍ଷଣରୁ ଆଶା କରାଯାଇପାରେ। ଜଣକୁ ବଳପୂର୍ବକ ତଡ଼ିଦେଲେ ଅନ୍ୟମାନଙ୍କର ପତନ ମଧ୍ୟ ସମ୍ଭବ ହୋଇପାରେ। ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ଫିଲିପାଇନ୍ସ ଏବଂ ଚିଲିରେ। ୧୯୮୬ରେ ଫିଲିପାଇନ୍ସର ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିବା ପରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା ଚିଲି, ଦକ୍ଷିଣଆଫ୍ରିକା ଏବଂ ଜାଇରେ ଭଳି ଦେଶରେ। ତା’ ପର ଦଶନ୍ଧିରେ ଇଣ୍ଡୋନେସିଆ ଓ ଆଉ କିଛି ଦେଶରେ ଏକଚ୍ଛତ୍ରବାଦର ବିଲୋପ ଘଟିଥିଲା। ସାମ୍ପ୍ରତିକ ସମୟରେ ଏହା ଉତ୍ତରଦାୟୀ ସରକାରଗୁଡ଼ିକୁ ବୈଶ୍ୱିକ ଗଣତନ୍ତ୍ର ପୁନର୍ଗଠନର ପ୍ରକ୍ରିୟା ଆରମ୍ଭ କରିବା ଲାଗି ନିଶ୍ଚିତ ଉତ୍ସାହିତ କରିବ। କିନ୍ତୁ ଦୁଃଖର କଥା, ଏହି ପରିପ୍ରେକ୍ଷୀରେ ଆମେରିକାର ଏହାଠାରୁ ଦୂରେଇ ରହିବା ସ୍ପଷ୍ଟ ରେକର୍ଡ ରହିଛି। ନିକଟରେ ରୁଜ୍ଭେଲ୍ଟ ଇନ୍ଷ୍ଟିଚ୍ୟୁଟ୍ର କେଲି ଷ୍ଟ୍ରିକ୍ଲ୍ୟାଣ୍ଡ୍ ଏବଂ ଫେଲିସିଆ ଓ୍ବଙ୍ଗ୍ଙ୍କ ଦ୍ୱାରା କରାଯାଇଥିବା ଅନୁଧ୍ୟାନ ଆମେରିକାର ନବ ଉଦାରବାଦ ଅର୍ଥନୈତିକ ନୀତିଗୁଡ଼ିକ କିପରି ଅନେକ ଦେଶରେ ଭେଦଭାବ ଏବଂ ଅସମାନତା ବୃଦ୍ଧି କରିଛି ସେ ସମ୍ପର୍କରେ ସୂଚିତ କରିଛନ୍ତି। ତେବେ ଚିଲି, କ୍ୟୁବା, କେନ୍ଦ୍ରୀୟ ଆମେରିକା ଏବଂ ଅନ୍ୟଠାରେ ଆମେରିକା ହସ୍ତକ୍ଷେପ କରିଛି। ଆମେରିକା ତା’କର୍ପୋରେଟ ସ୍ବାର୍ଥକୁ ରକ୍ଷା କରିବା ଲାଗି ଗଣତନ୍ତ୍ରକୁ ସମର୍ଥନ ନ କରି ଅନେକ ସମୟରେ କ୍ରୂରତା ପ୍ରକାଶ କରିଛି। ତେବେ ସାମ୍ପ୍ରତିକ ସ୍ଥିତିରେ ଏକଚ୍ଛତ୍ରବାଦୀ ଶାସନଗୁଡ଼ିକୁ ହଟାଇବା ପାଇଁ ନେତୃତ୍ୱ ଯୋଗାଇବା ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକା ତାହାର ପୂର୍ବ ମନୋଭାବ ଛାଡିବାକୁ ହେବ। ଏବେ ବିଶ୍ୱ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବା ତାହାର ନୈତିକ ଦାୟିତ୍ୱ। ଏଭଳି ଉତ୍ତରଦାୟିତ୍ୱ ତାକୁ ଗ୍ରହଣ କରିବାକୁ ପଡ଼ିବ। ହେଲେ ଆମେରିକା ଉପରେ ଆଂଶିକ କିମ୍ବା ପୂର୍ଣ୍ଣ ଭରସା କରିବା ମୂର୍ଖତା ହେବ। ଉଲ୍ଲେଖଯୋଗ୍ୟ, ଫ୍ରାଙ୍କଲିନ ରୁଜଭେଲ୍ଟ, ହ୍ୟାରୀ ଟ୍ରୁମ୍ୟାନ୍, ଜିମି କାର୍ଟର ଏବଂ ବାରାକ ଓବାମାଙ୍କ ଭଳି ଆମେରିକାର ରାଷ୍ଟ୍ରପତିମାନେ ବୈଶ୍ୱିକ ଦାୟିତ୍ୱବୋଧର ଦୃଢ଼ ଭାବନା ପ୍ରଦର୍ଶନ କରିଯାଇଛନ୍ତି । ସୌଭାଗ୍ୟର କଥା, ଏବକାର ରାଜନେତାଙ୍କ ସମେତ ଅନେକ ପ୍ରତିଷ୍ଠିତ ଆମେରିକୀୟ ଏଭଳି ଚିନ୍ତାଧାରାକୁ ଗ୍ରହଣ କରୁୁଛନ୍ତି।
ଅନ୍ୟ ଆକାଂକ୍ଷିତ ଲକ୍ଷ୍ୟ ହାସଲ କରିବା ଲାଗି ଗଣତନ୍ତ୍ରର ଆବଶ୍ୟକତା ରହିଛି ବୋଲି ଅନେକେ ଯୁକ୍ତି ଦର୍ଶାନ୍ତି। କିନ୍ତୁ ମୋ ମତରେ, ଗଣତନ୍ତ୍ର ତା’ନିଜ ଲାଗି କିଛି ଆବଶ୍ୟକ କରେ। ଗଣତନ୍ତ୍ରରେ ଯଦି ଆର୍ଥିକ ଅଭିବୃଦ୍ଧି ମାନ୍ଦା ହୋଇଥାଏ, ତେବେ ଆମେ ସମାନତା ଓ ସ୍ବାଧୀନତା ବଳରେ ଅଳ୍ପ କିଛି ଅଭିବୃଦ୍ଧି କରିବାକୁ ପ୍ରସ୍ତୁତ ହେବା ଉଚିତ। ଗଣତନ୍ତ୍ରରେ ସବୁ ଲୋକଙ୍କୁ ସମାନ ଭାବେ ଦେଖିବା ଦରକାର। ଏହି କାରଣରୁ ଲୋକଙ୍କୁ ସମାନ ଭାବେ ଦେଖିବା ଏକ ନୈତିକ ସିଦ୍ଧାନ୍ତ। ୧୯୫୮ରେ ଆବ୍ରାହମ ଲିଙ୍କନ ଲେଖିଥିତ୍ଲେ ଯେ, ନା ମୁଁ କୌଣସି ଦାସ ହୋଇପାରେ, ନା କୌଣସି ମାଲିକ ହୋଇପାରେ। ଏହା ମୋ ଗଣତନ୍ତ୍ର ବିଚାରର ଅଭିବ୍ୟକ୍ତି। ଏହି ଉକ୍ତି ପ୍ରମାଣ କରେ ଯେ, ଗଣତନ୍ତ୍ରର ସମାନ ବିଚାରଧାରା ହିଁ ଆର୍ଥିକ ବିକାଶ ବା ପ୍ରଗତିର ଏକ ପ୍ରମୁଖ ଅଙ୍ଗ। ଗଣତନ୍ତ୍ର ବିରୋଧ, ସମାଲୋଚନା ଏବଂ ପରିବର୍ତ୍ତନ ପାଇଁ ଏକ କ୍ଷେତ୍ର ପ୍ରସ୍ତୁତ କରି ସୃଜନଶୀଳତା ଏବଂ ନୂତନତ୍ୱର ବିକାଶ କରିଥାଏ ଏବଂ ତା’ମାଧ୍ୟମରେ ଆର୍ଥିକ ବିକାଶ କରିଥାଏ। କିନ୍ତୁ ସାମ୍ପ୍ରଦାୟିକ ରୂଢ଼ିବାଦ କିମ୍ବା ଏକଚ୍ଛତ୍ରବାଦକୁ ଧରି ରଖିଥିବା ଦେଶଗୁଡ଼ିକରେ ଆର୍ଥିକ ପ୍ରଗତି ପ୍ରାୟତଃ ବନ୍ଦ ହୋଇଥାଏ। କିନ୍ତୁ ଚାଇନା ଏହାର ଏକ ବ୍ୟତିକ୍ରମ। ସେଠାରେ ଏକଚ୍ଛତ୍ରବାଦ ସତ୍ତ୍ୱେ ଆର୍ଥିକ ବିକାଶ ସମ୍ଭବ ହୋଇଛି। କିନ୍ତୁ ଉଲ୍ଲେଖନୀୟ ଯେ,ତାଇଓ୍ବାନର ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦ (ଜିଡିପି) ଚାଇନାଠାରୁ ପାଖାପାଖି ୩ଗୁଣ ବେଶି।
ସ୍ବାଧୀନତା ପରେ ଗଣତନ୍ତ୍ର ଭାରତରେ ଏକ ମୁକ୍ତ ସମାଜ ସୃଷ୍ଟି କରିବା ଓ ତାହାକୁ ଆଗେଇନେବାରେ ବିଶ୍ୱରେ ଭାରତ ଯେଉଁ ସାହସୀ ପଦକ୍ଷେପ ନେଇଛି ତାହା ବି ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। ଏହା ନଃିସନ୍ଦେହ ଯେ, ଗତ ୭୫ ବର୍ଷ ମଧ୍ୟରେ ଦେଶ ଆର୍ଥିକ ନୀତିରେ କିଛି ତ୍ରୁଟି ଯୋଗୁ ସ୍ବାଧୀନତା ପରେ ପ୍ରାରମ୍ଭିକ ଦଶନ୍ଧିରେ ବାର୍ଷିକ ଅଭିବୃଦ୍ଧି ପାଖାପାଖି ୩ ପ୍ରତିଶତ ରହିଥିଲା। କିନ୍ତୁ ଭାରତ ଏକ ଗରିବ ଦେଶ ହୋଇ ମଧ୍ୟ ଗଣତନ୍ତ୍ରକୁ ଆଧାର କରି ଉଚ୍ଚଶିକ୍ଷା, ଗବେଷଣା, କଳା ଏବଂ ଅନ୍ୟ ସୃଜନାମତ୍କ କ୍ଷେତ୍ରରେ ଖୁବ୍ ଭଲ କରିଥିଲା। ବହୁ କାରଣରୁ ୧୯୯୦ ଦଶକ ପ୍ରାରମ୍ଭରୁ ଭାରତର ଆର୍ଥିକ ଅଭିବୃଦ୍ଧିରେ ଦ୍ରୁତ ପ୍ରଗତି ହୋଇଥିଲା ଓ ଗଣତନ୍ତ୍ର ଦେଶ ଲାଗି ଲାଭଦାୟକ ବୋଲି ସାବ୍ୟସ୍ତ କରିଥିଲା। ଦେଶରେ ମୁକ୍ତ ରାଜନୈତିକ ବାତାବରଣ ଏବଂ ବାକ୍ ସ୍ବାଧୀନତା ଓ ସମାଲୋଚନା, ସେବା କ୍ଷେତ୍ର, ଯାହା ମାନବୀୟ ପୁଞ୍ଜି ଉପରେ ନିର୍ଭରଶୀଳ; ସେଥିରେ ବିକାଶ ଆରମ୍ଭ ହୋଇଥିଲା। ଏହା ସହ ଇନ୍ଫୋସିସ୍, ଓ୍ବିପ୍ରୋ ଏବଂ ଟାଟା କନ୍ସଲଟାନ୍ସି ଭଳି କମ୍ପାନୀଗୁଡ଼ିକର ଅଭିବୃଦ୍ଧି ଆଗକୁ ବଢିଥିଲା। ୨୦୦୫ ସୁଦ୍ଧା ବିଶ୍ୱର ୪ କିମ୍ବା ୫ଟି ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ରହିଥିଲା। ଏହାର ପ୍ରଭାବଶାଳୀ ରାଜନୀତି ବିଶ୍ୱରେ ଏକ ସଫଳ କାହାଣୀ ରଚିବାକୁ ସକ୍ଷମ କରିପାରିଥିଲା। କେବଳ ଏତିକି ନୁହେଁ ଦେଶ ଆଖିଦୃଶିଆ ପ୍ରଗତି ପଥରେ ଅଗ୍ରସର ହୋଇଥିଲା।
ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତର ଏହି ସବୁ ସଫଳତା ଉପରେ ବିଗତ କିଛି ବର୍ଷରେ ବାଦଲ ଢାଙ୍କି ହୋଇଯାଇଛି। ବାକ୍ ସ୍ବାଧୀନତା ଏବଂ ମିଡିଆର କଣ୍ଠରୋଧ ଯୋଗୁ ଏହା ହୋଇଛି। ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଭାରତର ଅଭିବୃଦ୍ଧି ନିମ୍ନଗାମୀ ହେଲା। ଗଣତନ୍ତ୍ର, ସୃଜନଶୀଳତା ବା ନୂତନତ୍ୱ ଏବଂ ଆର୍ଥିକ ପ୍ରଗତି ମଧ୍ୟରେ ଗଭୀର ସମ୍ପର୍କ ରହିଛି ଏବଂ ଏହା ଦୀର୍ଘମିଆଦୀ। କିନ୍ତୁ ଏହି ସମ୍ପର୍କର ବାସ୍ତବତା ରହିଛି। ଏହା ସ୍ପଷ୍ଟ ଯେ, ବିଶ୍ୱବ୍ୟାପୀ ଗଣତନ୍ତ୍ରୀକରଣକୁ ପ୍ରୋତ୍ସାହିତ କରିବାରେ ସେସବୁର ଯଥେଷ୍ଟ ଆବଶ୍ୟକତା ରହିଛି।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ ତଥା ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଭାରତ ସରକାର