ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ଛେଚିଲେ ସମ୍ପର୍କୀୟ

ବଲାଙ୍ଗୀର, ୩୦।୧- (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ
ରେ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପରିବାର ଲୋକେ ଡାକ୍ତରଙ୍କୁ ମାଡ ମାରିଛନ୍ତି। ବଲାଙ୍ଗୀର ସହର କନ୍ଧପାଲିପଡାର ନିକୁ ବାରିକ (୩୦) ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଠିକଣା ସମୟରେ ଚିକିତ୍ସା ନ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ଜଣକ ମଦ ପିଇଥିବା ଅଭିଯୋଗ କରାଯାଇଛି । ଡାକ୍ତର ୩ ଘଣ୍ଟା ବିଳମ୍ବରେ ପହଞ୍ଚି ଚିକିତ୍ସାରେ ଦେବାରେ ବିଳମ୍ବ କରିବା ଅଭିଯୋଗ କରି ଡ଼ାକ୍ତରଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଡ଼ାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଜଣେ ଡାକ୍ତରଙ୍କୁ ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଜାତୀୟ ନିରାପତ୍ତା ଆଇନ (ଏନ୍ଏସଏ) ଲାଗୁ କରାଯାଇଥିଲା ।

Share