ଖଟିଆରେ ୨କିମି ବୁହା ହେଲେ ରୋଗୀ

କଣ୍ଟାମାଳ/ଘଣ୍ଟାପଡା,୪ା୯(ଆଦିତେଶ୍ୱର ମିଶ୍ର/ପ୍ରଭାତ କୁମାର ସାହୁ):ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ ନାରାୟଣପ୍ରସାଦ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପଞ୍ଚାୟତ ଅନ୍ତର୍ଗତ ନାଦେନ ଗାଁର ଠିବୁଲି ଭୋଇ ନାମକ ଜଣେ ରୋଗୀ ରୋଗରେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ା ରାସ୍ତା କାଦୁଅ, ଖାଲଖାମ ଯୋଗଁୁ ଆମ୍ବୁଲାନ୍ସ ଗଁାକୁ ଯାଇ ନ ପାର ଦୁଇ କିମି ଦୂରରେ ଅଟକି ରହିଥିଲା ା ଫଳରେ ପରିବାର ଲୋକେ ଓ ସମ୍ପର୍କୀୟଙ୍କ ଏକ ଖଟିଆରେ ରୋଗୀଙ୍କୁ ବୋହି ଆମ୍ବୁଲାନ୍ସ ଅଟକି ଥିବା ସ୍ଥାନ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଳ ମେଡିକାଲ ଅଣାଯାଇଥିଲା।