ହସ୍ପିଟାଲରେ ସାପ ଛାଡିଗଲେ ରୋଗୀ

ଢେଙ୍କାନାଳ ଅଫିସ,୨୪।୨: ହସ୍ପିଟାଲରେ ସାପ ଛାଡ଼ିଗଲେ ରୋଗୀ। ଏଭଳି ଘଟଣା ଝଟିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ। ଡବାରେ ଭର୍ତ୍ତି ହୋଇଥିବା ସାପକୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସାପ କାମୁଡ଼ା ରୋଗୀ ସାଥିରେ କାମୁଡ଼ିଥିବା ସାପକୁ ସାଙ୍ଗରେ ଧରି ଆସିଥିଲେ। ମାତ୍ର ଗଲାବେଳେ ସେ ସାପଟିକୁ ସେଠାରେ ଛାଡି ଚାଲି ଯାଇଛନ୍ତି। ସାପଟିକୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ। ଏହା ବୋଡା ସାପ ବୋଲି ଜଣାପଡ଼ିଛି।

Share