ରୋଗୀ-ଡାକ୍ତର ହାତାହାତି

ଭବାନୀପାଟଣା,୧୪ା୩(ସ୍ବ.ପ୍ର.): ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଏପରି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ ହେବାର ଲାଗିଛି।
ସୂଚନାନୁଯାୟୀ, ରବିବାର ରାତିରେ ଡ୍ୟୁଟିରେଥିବା ଡାକ୍ତର ଶୈଳେଶ କୁମାର ଦୋରା ହସ୍ପିଟାଲକୁ ଆସିଥିବା ଧର୍ମଗଡ଼ ବସ୍ତିପଡ଼ାର ଜଣେ ରୋଗୀଙ୍କ କୌଣସି କଥାକୁ ନେଇ ରାଗି ଯାଇଥିଲେ। ଏହାପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ।

Share