ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକେ ଖଟିଆରେ ନେବା ପରେ ଆମ୍ବୁଲାନ୍ସରେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏହି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ବୁରୁପାଳୁ ଗାଁରେ। ବୁରୁପାଳୁ ଗାଁଟି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଗାଁକୁ ସବୁ ଦିନିଆ ରାସ୍ତା ନାହିଁ। କେତେକ ସ୍ଥାନରେ ଯେଉଁ ରାସ୍ତା ଅଛି ତାହା ସାମାନ୍ୟ ବର୍ଷାରେ କର୍ଦ୍ଦମାକ୍ତ ହୋଇପଡୁଛି। ଯାହାକି ଯାତାୟାତ ପାଇଁ ଅନୁପଯୁକ୍ତ।

Share