କେନ୍ଦୁଝର,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ହେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରବିବାର ମେଡିକାଲ ନିକଟ ସୁଲଭ ଶୌଚାଳୟକୁ ପରିସ୍ରା କରିବାକୁ ଯାଇଥିବାବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ। ସେଠାରୁ ତାଙ୍କ ସାଙ୍ଗରେ ଥିବା ଶଳା ସାଗର ଦେହୁରୀ ଏବଂ ଅନ୍ୟମାନେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ନାମ ବିଦ୍ୟାଧର ଦେହୁରୀ(୩୫) ଏବଂ ତାଙ୍କ ଘର ସଦର ବ୍ଲକ ଭାଟୁଣିଆ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଥଣ୍ଡା ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାକୁ ଶଳା ସହିତ କାର୍ରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେ ଅସୁସ୍ଥ ହୋଇ ଗତ କିଛି ଦିନ ଶଶୁର ଘର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ନିକଟସ୍ଥ ମହାଦେବଦେଉଳି ଗ୍ରାମରେ ଥିଲେ। ସେ ଓଡ଼ିଶା ଖଣି ନିଗମ କାଳିଆପାଣି ଖଣିରେ ମାଇନ୍ସ ଫୋର୍ମ୍ୟାନ ଭାବେ କାମ କରୁଥିଲେ।