ପାଟଣା,୧୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କୁ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମଳିଛି। ଏ ନେଇ ରାଜ୍ୟ ଯୋଜନା ସମନ୍ବୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଭାଜନ ହୋଇ ଜିଲା ଯୋଜନା ବୋର୍ଡ ଭଳି ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ଅଭିଷିକ୍ତ ହୋଇଥିବାରୁ ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀଙ୍କ ମହଲରେ ଏ ନେଇ ଖୁସିର ଲହରୀ ଖେଳି ଯାଇଛି । ଯୋଜନା ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ଜଗନ୍ନାଥ ନାଏକଙ୍କୁ ପଦବୀ ମିଳିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ ପାଟଣା ନିର୍ବାଚନମଣ୍ଡଳୀ ଓ ଜିଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏହି ପଦବୀ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।