ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା

ପଟ୍ଟାମୁଣ୍ଡାଇ,୨୭୯(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାଠାରୁ ଇନ୍ଦୁପୁର ଯାଇଥିବା ୧୭ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ସ୍ଥାନେ ସ୍ଥାନେ ଏହି ରାସ୍ତା ଫାଟି ଭାଙ୍ଗି ଯାଇଛି। ଏହି ରାସ୍ତା ଉପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୩ଟି ପଞ୍ଚାୟତ ଓ କେନ୍ଦ୍ରାପଡ଼ା ବ୍ଲକର ୭ଟି ପଞ୍ଚାୟତ ସମେତ ଆଳି ବ୍ଲକର ୭ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ରାସ୍ତାଟି ମରଣଯନ୍ତା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହୋଉଛି। ଏହି ରାସ୍ତାର ମରାମତି ପାଇଁ ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନପୁର, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗା, ଅଣ୍ଢରା, ଅମୃତମଣୋହି ଓ କେନ୍ଦ୍ରାପଡ଼ା ବ୍ଲକର ଧୂମାତ, ଚାରିଗଁା, ଘାଘରା, ଇନ୍ଦୁପୁର ପଞ୍ଚାୟତର ଅଧିବାସୀମାନେ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ସରକାରଙ୍କ ଅନୁମତିକ୍ରମେ ପୂର୍ତ୍ତ ବିଭାଗ ଅଧୀନକୁ ପ୍ରଦାନ କରାଯାଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧୀନରେ ଇ-ଟେଣ୍ଡର କରାଯାଇଛି। ଏହି ରାସ୍ତାକୁ ୫ ମିଟର ଚଉଡା ପିଚୁ ଓ ଢଳେଇ ରାସ୍ତାରେ ପରିଣତ କରାଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଆଜାମଉଦିନ ଖାନ୍‌ କହିଛନ୍ତି। ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ନଭେମ୍ବର ପ୍ରଥମ ସପ୍ତାହରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ଏହି ରାସ୍ତା ଉପରେ ପ୍ରତିଦିନ ଶହଶହ ଗାଡ଼ିମୋଟର, ଟ୍ରିପର, ପୋକଲିନ୍‌, ହାଇଓ୍ବା ଚଳାଚଳ କରୁଥିବା ବେଳେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ବିଶେଷକରି ବାଲି ବେଝୋଇ ଟ୍ରକ୍‌ ଓ ହାଇଓ୍ବା ଚଳାଚଳ ଯୋଗୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି ବୋଲି ଲୋକ ଅଭିଯୋଗ କରୁଛନ୍ତି। ବ୍ରାହ୍ମଣୀ ନଦୀ ପାର୍ଶ୍ୱରେ ଥିବା ଏହି ରାସ୍ତା ଉପରେ ପ୍ରାୟ ୨୮ଟି ପଞ୍ଚାୟତର ୪୦ହଜାର ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତାର ମରାମତି ଓ ପୁନଃ ନିର୍ମାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri