ସର୍ଭର ସମସ୍ୟା: ଜୀବନ ପ୍ରମାଣପତ୍ର ନ ପାଇ ନିରାଶରେ ଫେରୁଛନ୍ତି ପେନ୍‌ସନ୍‌ ଭୋଗୀ

ସୋରଡ଼ା,୯ା୧୧(ଡି.ଏନ୍‌.ଏ.): ନଭେମ୍ବର ମାସରେ ରାଜ୍ୟ ଓ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥା ଅଧୀନ ପେନ୍‌ସନ୍‌ ଭୋଗୀମାନେ ନିଜ ନିଜ କୋଷାଗାର ଓ ବ୍ୟାଙ୍କମାନଙ୍କୁ ଜୀବନ ପ୍ରମାଣପତ୍ର ପ୍ରଦାନ ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଛି। ସେହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ କୋଷାଗାରରେ ସହାୟତା କେନ୍ଦ୍ର ଓ ସୂଚନା କେନ୍ଦ୍ର ଖୋଲାଯାଇଛି। ଏହି କ୍ରମରେ ଜନସେବା କେନ୍ଦ୍ର ,ମୋ’ ସେବା କେନ୍ଦ୍ରରେ ପେନ୍‌ସନ୍‌ ଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ପ୍ରଦାନ କରାଯାଉଛି। ବୁଧବାର ସର୍ଭର ସମସ୍ୟା ଯୋଗୁ ବହୁ ଲୋକ ତାଙ୍କର ପ୍ରମାଣପତ୍ର ପାଇଁ ନ ଯାଇ ଫେରିଛନ୍ତି । ଗୁରୁବାର ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

Share