କଟକଣା ମଧ୍ୟରେ ହୋଲି ମନାଇଲେ କଟକବାସୀ

କଟକ ଅଫିସ,୨୯।୩: ଭାଇଚାରାର ସହର କଟକରେ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ହୋଲିକୁ ଫିକା କରିଦେଇଛି। ଲୋକେ ଘରେ ରହି ହୋଲି ମନାଇଛନ୍ତି। ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି। ତେବେ ହୋଲି ଯୋଗୁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ରାଜ୍ୟ ସରକାର ଏହାକୁ ନଜରରେ ରଖି ବିଭିନ୍ନ କଟକଣା ଜାରି କରିଥିଲେ। ବିଶେଷକରି ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା କଡ଼ାକଡି କରାଯାଇଛି। ସହରବାସୀ ପ୍ରଶାସନର କଟକଣାକୁ ମାନି ଘରେ ରହି ହୋଲି ଖେଳିଥିଲେ। ଫଳରେ ରାସ୍ତାଘାଟ ଖାଁ ଖାଁ ରହିଥିଲା। ଏଥିସହ କେତେକ ଛକରେ ଅମାନିଆଙ୍କୁ ପୋଲିସ କାବୁ କରିଥିବା ଦେଖିବାକୁ ମିଳିଥିଲା ।
ହୋଲିକୁ ଦୃଷ୍ଟିରେ ରଖି କଟକ ଡିସିପି କହିଛନ୍ତି, ହୋଲି ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ଗଳିକନ୍ଦିରେ ପିସିଆର୍‌ ଭ୍ୟାନ୍‌ ଏବଂ ବାଇକ୍‌ ପାଟ୍ରୋଲିଂ କରାଯାଉଛି। ସହରର ଗୁରୁତ୍ୱପୂର୍ଣ୍ଣ ଛକଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜରାସ୍ତାରେ ହୋଲି ଖେଳିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ମାଷ୍ଟର ଗେମ୍ସ: ବରଗଡ଼ର ୨ ଭଉଣୀଙ୍କୁ ସ୍ବର୍ଣ୍ଣପଦକ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସରେ ବରଗଡ଼ ସହରର ୨ଭଉଣୀ ଅନୁପମା ଘିବିଲା ଏବଂ ଅରୁଣା ଘିବିଲା ସଫଳତା ହାସଲ କରି ଅନ୍ୟମାନଙ୍କ...

ଦେଓମାଳି ଶୁଟିଂ ସେଟରେ ପ୍ରିୟଙ୍କା, ଆକ୍ସନ ସିନ୍‌ ଶୁଟ୍‌ କଲେ ମହେଶ ବାବୁ, ଦେଖିବାକୁ ଲୋକଙ୍କ ଭିଡ଼

କୋରାପୁଟ,୧୦।୩(ଅମିତାଭ ବେହେରା): ବଲିଉଡ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟ ଜିଲାରେ ପହଞ୍ଚିଛନ୍ତି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଆଗାମୀ...

ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍‌

ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍‌ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।...

ଭାଜପା ନୂଆ ରାଜ୍ୟ ସଭାପତି : କାହା ନାଁରେ ବାଜିବ…

ଭୁବନେଶ୍ୱର,୩।୧୦: ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି।...

ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ଅଳ୍ପକେ ବଞ୍ଚିଗଲା ରୋଗୀଙ୍କ ସମେତ ୮ ଜଣଙ୍କ ଜୀବନ

ରାୟଗଡା,୧୦।୩: ସୋମବାର ରାୟଗଡା ଜିଲା କାଣିପାଇ ନିକଟରେ ରେଳପଥ ପାର ହେଉଥିବା ସମୟରେ ଏକ ମାଲବାହୀ ଟ୍ରେନ୍ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଆମ୍ବୁଲାନ୍ସଟି ରାୟଗଡ଼ାର...

ଟ୍ରାକ୍ଟରେ ଯାଉଥିଲେ ମହିଳା ଶ୍ରମିକ: ଉଠିଗଲା ଡ଼ାଲା, ଆଉ ତା’ପରେ…

ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୋମିଆଡ଼ା ଗ୍ରାମଠାରୁ କିଛି ଦୂରରେ ସୋମବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ...

ଜୟନାରାୟଣଙ୍କ ବିବାଦୀୟ ବୟାନ: ବାବୁ ସିଂ କହିଲେ ଓଡ଼ିଶାର ସ୍ବାର୍ଥ ପାଇଁ… …

ଭୁବନେଶ୍ୱର,୧୦।୩: ଜୟନାରାୟଣଙ୍କ ବୟାନକୁ ନେଇ ମୁହଁ ଖୋଲିଲା ଭାଜପା। ଭାଜପା ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ଇଞ୍ଚେ ବି ସାଲିସ କରାଯିବ...

ରାଜ୍ୟର ପୂର୍ବତନ, ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅଛି ଏତିକି ଫୌଜଦାରୀ ମାମଲା, ସୂଚନାଦେଲେ ସରକାର

ଭୁବନେଶ୍ୱର,୧୦।୩: ସୋମବାର ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟରେ ପ୍ରକାଶ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ (ସାଂସଦ) ଏବଂ ବିଧାନସଭା ସଦସ୍ୟ (ବିଧାୟକ)ଙ୍କ ବିରୋଧରେ ଫୌଜଦାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image