କଣ୍ଡିଆସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ

ସୁଲପୁର,୯।୭(ରଞ୍ଜିତ ରାଉତ):ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ। ୨୯ ଅଗଷ୍ଟ ୨୦୨୦ରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ କଣ୍ଡିଆ ସାହି ନିକଟରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ସେଠାକାର ରମଣି ରଞ୍ଜନ ଜେନାଙ୍କ ୨ ମହଲା କୋଠା ବନ୍ୟା ସ୍ରୋତରେ ଭାସି ଯାଇଥିଲା। ଆଉ କେତେଜଣଙ୍କ କଚ୍ଚାଘର ଭାଙ୍ଗିଯିବା ସହ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହାରି ଭତିରେ ବନ୍ୟାକୁ ୩ବର୍ଷ ବିତିବାକୁ ବସିଲାଣି, ହେଲେ ଏବେ ବି ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ି ରହିଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ନଦୀ ଉପର ମୁଣ୍ଡରେ ବର୍ଷା ହେବା ସମ୍ଭାବନା ବଢ଼ିଯାଇଛି। ଏଥର ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ କଣ୍ଡିଆ ସାହି ନିକଟରେ ପୁଣି ଘାଇ ସୃଷ୍ଟି ହେବ ବୋଲି ଲୋକେ ଆଶଙ୍କା କରିଛନ୍ତି। ତେଣୁ ତୁରନ୍ତ ଘାଇ ସ୍ଥାନରେ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ସାଧାରଣରେ ଦାବି ହୋଇଛି।
ବରୀ ଜଳ ସମ୍ପଦ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ଓ ରତ୍ନଗିରି ସେକ୍ସନ ଅଧୀନ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିଠାରେ ୨୦୦ମିଟରରୁ ଊର୍ଦ୍ଧ୍ୱ ଲମ୍ବର ଘାଇ ସୃଷ୍ଟି ହୋଇଥିଲା। ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ବାଉଁଶ ଖୁଣ୍ଟି ଓ ବାଲିବସ୍ତା ସହାୟତାରେ ଘାଇ ମୁହଁକୁ ବୁଜି ଦିଆଯାଇଥିଲା। ମରାମତି ସମୟରେ କାର୍ଯ୍ୟରେ ତ୍ରୁଟିବିଚ୍ୟୁତି ଯୋଗୁ ଘାଇ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ପରବର୍ତ୍ତୀ ଅବସ୍ଥାରେ ଉକ୍ତ ଘାଇ ସ୍ଥାନକୁ ସ୍ଥାୟୀ ଭାବେ ମରାମତି କରିବା ପାଇଁ ବିଭାଗ ପକ୍ଷରୁ ବ୍ୟୟବରାଦ କରାଯାଇଥିଲା। ହେଲେ ଠିକାଦାରଙ୍କ ପକ୍ଷରୁ ବନ୍ଧକୁ ମାଟି ବଦଳରେ ବାଲିରେ ବନ୍ଧା ଯାଇଥିଲା। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିରୋଧ କରିଥିଲେ। ଘାଇ ସ୍ଥାନରେ ବନ୍ଧର ଉଭୟ ପାର୍ଶ୍ୱକୁ ସୁଦୃଢ଼ୀକରଣ କରିବା ଓ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବଜାଇ ରଖିବା ପାଇଁ ଜନସାଧାରଣ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ଜିଲାପାଳ ବନ୍ଧ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ଉଭୟ ପାର୍ଶ୍ୱକୁ ସୁଦୃଢ଼ୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାରି ଭିତରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଗଲାଣି। ହେଲେ ଏଯାଏ ନଦୀବନ୍ଧ ଗୋଟିଏ ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ପାରିନାହିଁ। ବିଭାଗ ପକ୍ଷରୁ ନଦୀ ପାର୍ଶ୍ୱକୁ ପ୍ରସ୍ତର ପ୍ୟାକିଂ କରି ଦିଆଯାଇ ଥିବାବେଳେ ଅପର ପାର୍ଶ୍ୱକୁ ଖାଲି ଛାଡ଼ି ଦିଆଯାଇଛି। ମରାମତିର ୨ବର୍ଷ ପରେ ବି ବନ୍ଧ ପିଚୁ କରିବାର ବିଧିକୁ ଏଠାରେ ଅଣଦେଖା କରାଯାଇଛି। ଘାଇ ଉପରି ଭାଗରେ କେବଳ କ୍ରଶରଗୁଣ୍ଡ ପଡ଼ି ରହିଛି। ଏହାଛଡ଼ା ଘାଇ ସ୍ଥାନରେ ପୁଣି ଘଳିଆ ପଡ଼ି ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବନ୍ୟାରେ ସର୍ବସ୍ବ ହରାଇଥିବା ରମଣି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରୀ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବନ୍ଧର ଏଭଳି ସ୍ଥିତି ସମ୍ପର୍କରେ ଅଭିଯୋଗ ଆସିବା ପରେ ସେ ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି। ବନ୍ୟା ଆସିଲେ ସେଠାରେ ଘାଇ ସୃଷ୍ଟି ହେବା ସମ୍ଭାବନା ନାହିଁ। ଏ ଦିଗରେ ବିଭାଗ ସଜାଗ ରହିଛି। ବନ୍ଧର ଅପରପାର୍ଶ୍ୱରେ ସୁରକ୍ଷା କାନ୍ଥ ଦେବା ସହ ବନ୍ଧକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ରଖାଯିବ। ତେଣୁ ବନ୍ଧକୁ ପିଚୁ କରିବା ପାଇଁ ବୟବରାଦ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri