Advertisement
Categories: ଫୁରସତ

ବରକୁ ସିଗାରେଟ୍‌ ପିଆଇ ସ୍ବାଗତକଲେ ଝିଅଘର ଲୋକେ

ଗାନ୍ଧୀନଗର: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ନିକଟରେ ଦକ୍ଷିଣ ଗୁଜରାଟର ଏକ ବିବାହରେ ଅଜବ ପରମ୍ପରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ବର ବିବାହ ପାଇଁ ଝିଅ ଘରକୁ ପ୍ରବେଶ କରୁଛନ୍ତି। ତାଙ୍କୁ ଝିଅଘର ଲୋକେ ଏକ ସୋଫାରେ ବସାଇ ମିଠା ଖାଇବାକୁ ଦେଉଛନ୍ତି। ପରେ ତାଙ୍କୁ ସିଗାରେଟ୍‌ ପିଆଇବା ସହ ପାନ ଖୁଆଇ ସ୍ବାଗତ କରୁଛନ୍ତି। ବିବାହ ସମୟରେ ଏପରି କାର୍ଯ୍ୟ ସେଠାକାର ଲୋକଙ୍କ ପରମ୍ପରାରର ଏକ ଅଂଶ ବୋଲି କିଛି ଲୋକ କହୁଥିବାବେଳେ ଅନେକେ ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share