ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଘେରିଲେ ଲୋକେ

ଖଇରା,୪ା୬(ଡି.ଏନ୍‌.ଏ.): ବାତ୍ୟା ‘ୟାସ୍‌’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା ତଥା ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପଲିଥିନ ଓ କ୍ଷତିପୂରଣ ଅର୍ଥ ପ୍ରଦାନ କରା ନ ଯିବା ଦାବିରେ ୫ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ ତଥା ଗଣ୍ଡିବେଡ଼ ରାଜସ୍ବ ନିରୀକ୍ଷକାଙ୍କୁ ଗଣ୍ଡିବେଡ଼ ରାଜସ୍ବ କାର୍ଯ୍ୟାଳୟ ପରିସରରେ ତାଲା ବନ୍ଦ କରି ଅଟକ ରଖିଛନ୍ତି। ପଲିଥିନ ଓ କ୍ଷତିପୂରଣ ଅର୍ଥ ବାବଦ ଚେକ୍‌ ନ ମିଳିବା ପର୍ଯ୍ୟନ୍ତ ଗ୍ରାମବାସୀ ଅଧିକାରୀଙ୍କୁ ନ ଛାଡିବା ଜିଦ୍‌ରେ ଅଟଳ ଅଛନ୍ତି। ରାଜ୍ୟ ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ନିକଟସ୍ଥ ପାର୍ବତୀପୁର, ଶ୍ୟାମସୁନ୍ଦରପୁର, ଚକାପଦା, ଝାଟିଆ, ଚକ୍ରଧରପୁର, ନନ୍ଦୁର ଇତ୍ୟାଦି ଗ୍ରାମବାସୀ ଗେଟ୍‌ରେ ତାଲା ଦେଇ ଧାରଣାରେ ବସି ରହିଛନ୍ତି। ତହସିଲଦାର ମହେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ୯୦ଜଣଙ୍କୁ ପଲିଥିନ ଦିଆସରିଛି। ଅନ୍ୟମାନଙ୍କୁ ତଦନ୍ତ ପରେ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Share