Categories: ଫୁରସତ

ଗରମରୁ ରକ୍ଷା ପାଇବା ପାଇଁ ଏମିତି ପନ୍ଥା ଆପଣାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ହସ ସମ୍ଭାଳି ପାରନ୍ତିନି କି ପ୍ରଶଂସା ନ କରି ବି ରହି ପାରନ୍ତିନି। ଏବେ ଠିକ୍‌ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିବେ।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ବିଛଣାରେ ଶୋଇଛନ୍ତି ଏବଂ ବହୁତ ଖୁସିରେ ମୋବାଇଲ ବ୍ୟବହାର କରୁଛନ୍ତି। ସେ ଏକ ପଲିଥିନ ଭିତରେ ଶୋଇଥିବାର ଦେଖାଯାଉଛି। ସେ ପଲିଥିନକୁ ଏକ ବଡ଼ ଫ୍ୟାନ ସହିତ ଯୋଡ଼ିଛନ୍ତି। ବ୍ୟକ୍ତିଙ୍କ ଏହି ଅନନ୍ୟ କୌଶଳ ଦେଖି, ମନେହୁଏ ସେ ନିଶ୍ଚିତ ଭାବରେ ଭାବିଥିବେ ଏହା କରିବା ଦ୍ୱାରା ଫ୍ୟାନ୍‌ ପବନ ଆଉ କେଉଁଆଡ଼େ ନ ଯାଇ ଏହି ଟନେଲ ଭିତରେ ରହିବ। ତାଙ୍କର ଏପରି କୌଶଳ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

 

technical_personnel ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହା ଶେୟାର କରାଯାଇଛି। ଭିଡିଓଟକୁ ବର୍ତ୍ତମାନ ସୁଦ୍ଧା ୨୩ ହଜାରରୁ ଅଧିକ ଭ୍ୟୁ ମିଳିଛି। ଜଣେ ୟୁଜର ଲେଖିଛନ୍ତ, ଫ୍ୟାନ୍‌ ବନ୍ଦ ହେବା ମାତ୍ରେ ପ୍ରଭୁଙ୍କୁ ସିଧାସଳଖ ଦେଖିବ। ଅନ୍ୟ ଜଣେ ଲେଖିଛନ୍ତି, ବେକାର। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୂର୍ଖତା ବିପଜ୍ଜନକ ହୋଇପାରେ।

Share