ଅପରେସନ ନ ହେଲେ କଟା ହେବ ହାତ କହି ସାହାଯ୍ୟ ମାଗିଲେ ଯୁବକ: ସୋନୁ ଦେଲେ ଏମିତି ଉତ୍ତର

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। ବର୍ତ୍ତମାନ ସୋନୁ ଜଣେ ଯୁବକଙ୍କ ହାତ ଅପରେସନ ପାଇଁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି।
କୁନାଲ ସିଂହ ରାଜପୁତ ନାମକ ଜଣେ ଯୁବକ ସୋନୁ ସୁଦ ଓ ନୀତି ଗୋୟଲଙ୍କୁ ଟ୍ୟାଗ କରି ଟୁଇଟ କରି କହିଛନ୍ତି, ଏକ ଦୁର୍ଘଟଣାରେ ମୋ ପଡୋଶୀଙ୍କ ହାତରେ ଶକ୍ତ ଆଘାତ ଲାଗିଛି। ଦୀର୍ଘ ୬ ମାସ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇ ନାହାନ୍ତି। କାରଣ ତାଙ୍କୁ ଠିକ ଭାବେ ଚିକିତ୍ସା କରାଯାଉନାହିଁ। ସେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରନ୍ତି। ଯଦି ଖୁବଶିଘ୍ର ଚିକିତ୍ସା କରା ନ ଯାଏ ତେବେ ତାଙ୍କ ହାତ କାଟିବାକୁ ପଡିପାରେ। ତାଙ୍କୁ ସାହାଯ୍ୟ କରନ୍ତୁ। ଏହାର ଉତ୍ତରରେ ସୋନୁ ସୁଦ ଲେଖିଛନ୍ତି, ହାତ କେମିତି କାଟିବାକୁ ଦେବା ଭାଇ? ଆପଣଙ୍କ ଅପରେସନ ଅକ୍ଟୋବର ୧୨ରେ ସ୍ଥିର ହୋଇଛି। ଆପଣଙ୍କ ଅଟୋରେ କେବେ ବୁଲାଇ ଦେବେ। ସୋନୁଙ୍କ ଏହି ସାହାଯ୍ୟ ପରେ ଯୁବକ ଜଣକ ପୁଣି ଥରେ ଅଟୋ ଚଲାଇ ପାରିବେ। ଏହି ଖବର ପ୍ରସାରିତ ହେବା ପରେ ସବୁଆଡୁ ସୋନୁଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Share