କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ କଲା ପରି ଉପାୟ ବାହାର କରିଥିଲେ। ସେ ଏକ ନକଲି ହାତ ଲଗାଇ ଇଞ୍ଜେକ୍ସନ ନେବା ପାଇଁ ପହଞ୍ଚିଥିଲେ। ଏହା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଭାକ୍ସିନକୁ ବିରୋଧ କରୁଥିଲେ। କିନ୍ତୁ କରୋନା ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଭାକ୍ସିନେଶନ ସେଣ୍ଟରରେ ପହଞ୍ଚିଥିଲେ। ଟିକା ଦେବାକୁ ଶର୍ଟ ଖୋଲିବାକୁ ନର୍ସ କହିଥିଲେ। ନର୍ସ ଯେତେବେଳେ ତାଙ୍କ ବାହୁକୁ ଧରିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଚର୍ମ କିଛି ଅଲଗା ଲାଗୁଥିଲା। ନର୍ସ ତାଙ୍କୁ ଆଉ ଏକ ହାତ ଦେଖାଇବାକୁ କହିଲେ। ମାତ୍ର ବ୍ୟକ୍ତି ଜଣକ ଏଥିରେ ରାଜି ହୋଇ ନ ଥିଲେ। ସେ ତାଙ୍କ ବାମ ହାତରେ ଇଞ୍ଜେକ୍ସନ ଦେବାକୁ ଜିଦ୍‌ କରିଥିଲେ। କିନ୍ତୁ ନର୍ସ ଟିକା ଦେବାକୁ ମନା କରି ଦେଇଥିଲେ। ପରେ ବ୍ୟକ୍ତି ଜଣକ ତାଙ୍କ ବାହୁ ଦେଖାଇଥିଲେ। ଏଥିରେ ନର୍ସଙ୍କ ହୋସ୍‌ ଉଡ଼ି ଯାଇଥିଲା। କାରଣ ସେ ସିଲିକନର ଏକ ନକଲି ହାତରେ ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ବ୍ୟକ୍ତି ଜଣକ କହିଥିଲେ ମୁଁ କରୋନା ଟିକା ନେବାକୁ ଚାହୁଁ ନ ଥିଲି ମାତ୍ର ସାର୍ଟିଫିକେଟ ମୋର ଦରକାର ଥିଲା। ତେଣୁ ମୁଁ ଏମିତି ଉପାୟ ପାଞ୍ଚିଥିଲି। ଏହା ପରେ ଏହି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି।

Share