ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଯୋଧପୁର,୨୬।୩: ବଲିଉଡ୍‌ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ଦେବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କୁ ଯୋଧପୁରରୁ ପୋଲିସ ଗିରଫ କରିଛି। ମୁମ୍ବାଇ ଏବଂ ଲୁନି ପୋଲିସ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଇ-ମେଲ ମାଧ୍ୟମରେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲେ। ଏନେଇ ଏକ ମାମଲା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ରୁଜୁ ହୋଇଥିଲା।
ଗିରଫ ପରେ ପୋଲିସ ରୋହିଚା କଳା ବାସିନ୍ଦା ୨୧ ବର୍ଷିୟ ଧାକାଡ ରାମଙ୍କୁ ମୁମ୍ବାଇ ନେଇଛି। ତାଙ୍କ ନାଁରେ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କୁ ଧମକ ମଧ୍ୟ ଅଭିଯୋଗ ରହିଛି।

Share