Advertisement

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ମାଡ ମାରି ଲୁଟିନେଲେ ଟଙ୍କା

ଜୟପୁର, ୨୩।୩ (ନି.ପ୍ର.): କୋରାପୁଟ ଜିଲା କୁନ୍ଦୁରା ଥାନା ଅଧୀନ ପ୍ରଧାନିପୁଟସ୍ଥିତ ଭବାନୀ ଭଗବତୀ ପେଟ୍ରୋଲ ପମ୍ପ ମ୍ୟାନେଜର ଅରବିନ୍ଦ ମଣ୍ଡଳଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କା ଲୁଟ୍‌ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଖୋଜାଯାଉଥିବା ପୋଲିସ କହିଛି।
ସୂଚନାନୁଯାୟୀ, ପେଟ୍ରୋଲ ପମ୍ପରୁ ନିଜ ଘର ଫାମ୍ପୁଣିକୁ ବାଇକ୍‌ରେ ଆସୁଥିବା ବେଳେ ୩ ଗାଡିରେ ୯ ଜଣ ତାଙ୍କ ପିଛା କରିଥିଲେ। କିଛି ବାଟ ଯିବାପରେ ରାସ୍ତା ଅବରୋଧ କରି ଠେଙ୍ଗାରେ ବାଗ୍ରା ବସଷ୍ଟାଣ୍ଡ ନିକଟରେ ଆକ୍ରମଣ କରିଥିଲେ। ଅରବିନ୍ଦଙ୍କୁ ଠେଲାପେଲା କରି ୨୦ ହଜାର ୩ ଶହ ଟଙ୍କା ଲୁଟ୍‌ କରିଥିଲେ। ଏହାପରେ ୨ଜଣ ଫାମ୍ପୁଣି ଜଙ୍ଗଲକୁ ଦୌଡି ଚାଲି ଯାଇଥିବାବେଳେ ଅନ୍ୟ ୭ ଜଣ କୁନ୍ଦୁରା ରାସ୍ତା ଦେଇ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଅରବିନ୍ଦ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇବାପରେ ସେମାନେ ଜଙ୍ଗଲରେ ଖୋଜାଖୋଜି କରି ୨ଜଣଙ୍କୁ କାବୁ କରି ଜୟପୁର ସଦର ପୋଲିସ ଜିମା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share