ନୂଆଦିଲ୍ଲୀ,୭ା୭: ବର୍ତ୍ତମାନ ଦରବୃଦ୍ଧି ଓ ଖଣିଜ ସମ୍ପଦ (ତୈଳ ଓ ଇନ୍ଧନ)ର ଅଭାବୀ ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସୌର ଚୁଲାର ନିର୍ମାଣ କରାଯାଇଛି। ଉକ୍ତ ଚୁଲା ଜରିଆରେ ରୋଷେଇଠାରୁ ନେଇ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସହଜରେ କରାଯାଇପାରିବ। ବୁଧବାର ଇଣ୍ଡିଆନ ଅଏଲ ପକ୍ଷରୁ ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହା ସୌର ଶକ୍ତିରେ ଚାଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ମଧ୍ୟ ସୌର ଚୁଲା ବୋଲି କୁହାଯାଉଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଉକ୍ତ ଚୁଲାର ନାମ ‘ସୂର୍ଯ୍ୟ ନୂତନ’ ରଖାଯାଇଛି। ଏପରିକି ସୌରଶକ୍ତିରେ ଚାଲୁଥିବା ଉକ୍ତ ସୌର ଚୁଲା ସିଷ୍ଟମକୁ ଇଣ୍ଡିଆନ ଅଏଲର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଟିମ୍ ପ୍ରସ୍ତୁତ କରିଛନ୍ତି।