ଫାର୍ମାସିଷ୍ଟ ଚୋରି କରୁଛନ୍ତି ନିରାମୟ ଔଷଧ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ଓଡ଼ିଶା ସରକାର ନିରାମୟ ଯୋଜନା କରିଛନ୍ତି । ୨୦୧୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୫୭୩ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ରୋଗୀଙ୍କୁ ଯୋଗାଇବାର ପ୍ରାବଧାନ ରହିଛି। ମାତ୍ର କିଛି ବିଭାଗୀୟ କର୍ମଚାରୀ ଏହାର ବେଶ୍‌ ଫାଇଦା ଉଠାଉଥିବା ଭଳି ଘଟଣା ସାମ୍ନାକୁ ଆସିଛି। ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଫାର୍ମାସିଷ୍ଟ ନିରାମୟ କକ୍ଷରୁ ବହୁ ଦାମିକିଆ ଔଷଧ ଧରି ଯାଉଥିବାବେଳେ ସ୍ଥାନୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସମ୍ପୃକ୍ତ ଫାର୍ମାସିଷ୍ଟ ବୁଧବାରଠାରୁ ଧରାପଡ଼ି ଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କି ପୋଲିସରେ ଏତଲା ମଧ୍ୟ ଦିଆଯାଇନାହିଁ। ଫଳରେ ଏହି ଘଟଣାରେ ବିଭାଗୀୟ କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ନିରାମୟ କେନ୍ଦ୍ରକୁ ପୂର୍ବରୁ ଆସୁଥିବା ଔଷଧରେ ନଟ୍‌ ଫର୍‌ ସେଲ୍‌ (ବିକ୍ରି ପାଇଁ ନୁହେଁ) ସଙ୍କେତ ରହୁଥିଲା। ମାତ୍ର ଏବେ ତାହା ନ ରହି ସିଧାସଳଖ ଔଷଧର ଏମ୍‌ଆର୍‌ପି (ମେକ୍ସିମମ୍‌ ରିଟେଲ୍‌ ପ୍ରାଇସ୍‌) ଉଲ୍ଲେଖ ରହୁଥିବାରୁ ତାହା ନିରାମୟ ଔଷଧ ଚୋରି କରି ବାହାରେ ବିକ୍ରି କରିବାକୁ ସୁଯୋଗ ଦେଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri