ସାର୍ବଜନୀନ ଚାର୍ଜର ନିୟମ ଲାଗୁ କରିବା ନେଇ ୟୁରୋପିଆନ ୟୁନିୟନ ନିଷ୍ପତ୍ତି ଗ୍ରହଣ କରିଛି। ସ୍ମାର୍ଟଫୋନ ଲାଗି ୟୁଏସ୍ବି ସି-ଟାଇପ କେବଲକୁ ଷ୍ଟାଣ୍ଡାର୍ଡ ବନାଇବା ପାଇଁ ଏହା ନିୟମ ଲାଗୁ କରିବ। ଏଭଳି ନିୟମ ଆସିଲେ ଲୋକଙ୍କୁ ସିଧାସଳଖ ଫାଇଦା ହେବ। ଲୋକମାନେ ବିଭିନ୍ନ ମୋବାଇଲ ଲାଗି ଭିନ୍ନ ଭିନ୍ନ ଚାର୍ଜର ରଖିବାକୁ ପଡୁଛି। ଆଗାମୀ ଦିନରେ ଏହି ନିୟମ ଆସିଲେ ବିଭିନ୍ନ ପ୍ରକାର ଚାର୍ଜର ରଖିବା ଚିନ୍ତାରୁ ମୁକ୍ତି ମିଳିବ। ଆଗାମୀ କିଛି ମାସରେ ୟୁରୋପିଆନ ୟୁନିୟନ ଦେଶଗୁଡ଼ିକରେ ସମାନ ପ୍ରକାର ଚାର୍ଜର ବ୍ୟବହୃତ ହେବ। ତେବେ ଭାରତରେ ଏହି ସୁବିଧା ଲାଗୁ ହେବା ଲାଗି କିଛି ବର୍ଷ ଲାଗିଯାଇ ପାରେ।