ଏବେ ସହଜରେ ଧରାପଡିଯିବେ ମଦ୍ୟପ, ମୋବାଇଲ ଫୋନ କହିବ ସତ

ନୂଆଦିଲ୍ଲୀ,୧୧।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ। ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ବହୁ ଲୋକ ମଦ୍ୟପାନ କରନ୍ତି ନାହିଁ ସିଧା ସିଧା ମୁହଁରେ ମନା କରି ଦିଅନ୍ତି। କିନ୍ତୁ ଏବେ ଫୋନ ଦ୍ୱାରା ଜଣାପଡିବ ମଦ୍ୟପାନ କରିଛନ୍ତି କି ନାହିଁ। ଯଦି ଆପଣଙ୍କ ବନ୍ଧୁ, ସ୍ବାମୀ-ସ୍ତ୍ରୀ, ଭାଇ-ଭଉଣୀ, ଯେ କେହି ବି ମଦ୍ୟପାନ କରିଥିବେ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ।
ଷ୍ଟାନଫୋର୍ଡ ୟୁନିଭରସିଟି ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ ସୁଫୋଲେଟୋ ଏବଂ ତାଙ୍କ ଟିମ୍‌ ଏକ ସେନ୍ସର ଉଦ୍ଭାବନ କରିଛନ୍ତି । ଯାହା ଆପଣଙ୍କ ସ୍ମାର୍ଟଫୋନରେ ଲଗାଯିବା ପରେ ଫୋନ ଆରପଟରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିପାରିବେ । ଏହି ସିଷ୍ଟମ ୯୮ ପ୍ରତିଶତ ସଫଳତାର ସହ କାମ କରୁଛି ବୋଲି ବ୍ରାଏନଙ୍କ ଟିମ୍‌ କହିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୧୮ ଜଣଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ଆଉ ଏମାନଙ୍କ ବୟସ ଥିଲା ୨୧ ବର୍ଷ କିମ୍ବା ତାଠାରୁ ଅଧିକ ଥିଲା । ରିସର୍ଚ୍ଚ ସମୟରେ ବୈଜ୍ଞାନିକ ମଦ୍ୟପାନ କରିବା ପୂର୍ବରୁ ଏବଂ ପରେ ଲୋକଙ୍କ ସ୍ବର ରେକର୍ଡ କରିଥିଲେ । ଏହାପରେ ଏହାକୁ ଯାଞ୍ଚ ପାଇଁ ଏହି ଡିଭାଇସ ଲଗାଇ ଦିଆଯାଇଥିଲା । ଏଥିରେ ଜଣାଗଡିଯାଇଥିଲା ସେମାନଙ୍କ ମଧ୍ୟରୁ କିଏ ମଦ୍ୟପାନ କରିଛନ୍ତି କି ନାହିଁ।

Share