କଏଦୀଙ୍କ ହାତରେ ମଦ ବୋତଲ ଫଟୋ ଭାଇରାଲ

ଢେଙ୍କାନାଳ,୩୦ା୧(ରତନ ନାୟାର): ଏକ ହତ୍ୟା ମାମଲାରେ ଢେଙ୍କାନାଳ ଜେଲରେ ଥିବା ଜଣେ କଏଦୀ ହାତରେ ମଦ ବୋତଲ ଧରିଛନ୍ତି। ଏପରି ଏକ ଫଟୋ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଢେଙ୍କାନାଳ ଜେଲ ଅଧୀକ୍ଷକ ଊର୍ମିଳା ମିଞ୍ଜ୍‌ କହିଛନ୍ତି, ଭାଇରାଲ ହୋଇଥିବା ଫଟୋ ବହୁ ପୁରୁଣା। ତେବେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ସହରରେ ନାନା ଚର୍ଚ୍ଚା ଚାଲିଛି। ଢେଙ୍କାନାଳ ଜେଲରେ କଏଦୀମାନେ କିପରି ଆରାମଦାୟକ ଜୀବନଶୈଳୀ ବିତାଉଛନ୍ତି ତାହା ଏହି ଫଟୋରୁ ଦୃଶ୍ୟମାନ ହେଉଥିବା ସହରବାସୀ ଆଲୋଚନା କରୁଛନ୍ତି। ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଫଟୋରେ ହାତରେ ମଦ ବୋତଲ, ସିଗାରେଟ ଧରିଥିବା କଏଦୀ ଜଣକ ୨୦୧୭ ମସିହା ଫେବୃଆରୀରେ ଏକ ହତ୍ୟା ମାମଲାର ଅଭିଯୁକ୍ତ। ସେହି ସମୟର ପଞ୍ଚାୟତ ନିର୍ବାଚନକୁ ନେଇ ଢେଙ୍କାନାଳ ସଦର ଥାନା ତରଭା ଗ୍ରାମରେ ଉକ୍ତ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିଲା। ଜେଲ ଯାଇଥିବା ଅଭିଯୁକ୍ତଙ୍କ ଭିତରେ ଜଣେ ଓଏସ୍‌ଏପି ବାଟାଲିୟନର କର୍ମଚାରୀ ଥିଲେ। ଅନ୍ୟ ୨ଜଣ ସେହି ସମୟରେ ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଥିଲେ। ସମ୍ପୃକ୍ତ ହତ୍ୟା ଅଭିଯୁକ୍ତମାନଙ୍କ ଭିତରୁ ଜଣେ ହାତରେ ମଦ ବୋତଲ, ସିଗାରେଟ ଧରିଥିବାର ଫଟୋ ଭାଇରାଲ ହୋଇଛି। ଫଳରେ ଜେଲ ଭିତରେ ଆଇନଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଜେଲର ଚାରିକାନ୍ଥ ଭିତରେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କଏଦୀମାନେ କିପରି ମଦ, ସିଗାରେଟ ଓ ନିଶାଦ୍ରବ୍ୟ ବ୍ୟବହାର କରୁଛନ୍ତି ତାହା ତଦନ୍ତ ସାପେକ୍ଷ। ଏ ସଂକ୍ରାନ୍ତରେ ଢେଙ୍କାନାଳ ଜିଲା ଜେଲ ଅଧୀକ୍ଷକ ମିଞ୍ଜ୍‌ କହିଛନ୍ତି, ଯେଉଁ ଫଟୋ ଭାଇରାଲ ହେଉଛି, ତାହା ଏବେକାର ନୁହେଁ। ଏହା ବହୁ ପୁରୁଣା। ତଥାପି ଏହା କିପରି ଘଟିଲା, ତାହା ଆଶ୍ଚର୍ଯ୍ୟ ଲାଗୁଛି। ଏହା ଦୁର୍ଭାଗ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri