ଲିଙ୍ଗରାଜ ମନ୍ଦିର ବାହାର ଫଟୋ ମନୋମୁଗ୍ଧକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲିଙ୍ଗରାଜ ମନ୍ଦିର ବାହାରୁ ଉତ୍ତୋଳିତ ହୋଇଥିବା ଏକ ଫଟୋକୁ ପୋଷ୍ଟ କରି ଏହା ଅତ୍ୟନ୍ତ ମନମୁଗ୍ଧକର ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏକ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଜମି ଦାନ କରିଥିବା ଓ ସ୍ଥାନାନ୍ତର ହୋଇଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ମନ୍ଦିରର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି। ପ୍ରଥମେ  ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ କାମ ଜାରି ରହିଛି।

Share