ଆବୁଧାବି,୧୧।୪: ଏପ୍ରିଲ ୧୧ରେ ସମଗ୍ର ବିଶ୍ୱରେ ଇଦ ପାଳନ କରାଯାଇଛି। ଆରବ ଦେଶରୁ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ଇଦ ପାଳନ କରାଯାଇଛି। ଏହି ଅବସରରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜିଆଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ପରିବାର ସହ ଏକ ଫଟୋ ଶେୟାର କରିଛନ୍ତି ଯାହା ଭାଇରାଲ ହୋଇଛି। ସେ ନିଜର ୧୮ ନାତୁଣି-ନାତିଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଫଟୋ ଶେୟାର କରି ସେ ଲେଖିଛନ୍ତି, ଯେଉଁମାନେ ଇଦ ଉଲ-ଫିତର ପାଳନ କରୁଛନ୍ତି ଏବଂ ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ମୂଲ୍ୟବାନ ସମୟ ଅତିବାହିତ କରୁଛନ୍ତି ସେମାନଙ୍କୁ ମୋର ଶୁଭେଚ୍ଛା।
ସେ ଆହୁରି ଲେଖିଛନ୍ତି, ଏଭଳି ସୁଯୋଗ ଆଲ୍ଲାଙ୍କଠାରୁ ଆଶୀର୍ବାଦ ଅଟେ। ଏହାକୁ ଉପଭୋଗ କରିବା ଉଚିତ। ଶେୟାର ହୋଇଥିବା ଫଟୋରେ, ତାଙ୍କର ତିନି ନାତୁଣୀ ହିଜାବ ପିନ୍ଧିଛନ୍ତି ଏବଂ ଅବଶିଷ୍ଟ ନାତୁଣୀମାନେ ରଙ୍ଗୀନ ଆରବୀ ପୋଷାକରେ ଦେଖାଯାଆନ୍ତି। ସେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ସାନ ନାତୁଣୀକୁ ନିଜ କୋଳରେ ଧରିଛନ୍ତି। ୧୯୮୧ରେ ଶେଖ ମହମ୍ମଦ ବିନ ଜାଏଦ ଅଲ-ନାହାନ ବିବାହ କରିଥିଲେ। ସେ ଶେଖା ସଲମା ବିଣ୍ଟ ହାମଦାନ ବିନ ମହମ୍ମଦ ଅଲ-ନାହାନଙ୍କୁ ବିବାହ କରିଥିଲେ। ତାଙ୍କର ୯ ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରେ ୪ପୁଅ ଏବଂ ୫ଝିଅ ଅଛନ୍ତି।