ବାଇକ୍‌କୁ ପିଟିଲା ପିକ୍‌ଅପ୍‌, ଦୁଇ ଭାଇଙ୍କ ଜୀବନ ଗଲା

ଜେକେପୁର,୧୯ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ୍‌ ନିକଟରେ ପିକ୍‌ଅପ୍‌-ବାଇକ୍‌ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫)।

ସୂଚନାନୁସାରେ, କୋଲନରା ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର ବୁଲୁ ଓ ମନୋଜ ନିଜ ବାଇକ୍‌ରେ ରାୟଗଡ଼ା ଘରକୁ ଫେରୁଥିବା ବେଳେ ଗେଟିପଡ଼ା ବ୍ରିଜ୍‌ ନିକଟରେ ପଛପଟୁ ଆସୁଥିବା ଏକ ପିକଅପ୍‌ ଗାଡ଼ି ନଂ ଓଡି୧୮ଜି୦୭୫୫ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୁଲୁ ଓ ମନୋଜଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇ ଭାଇ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟିବା ପରେ ଗାଡ଼ିଚାଳକ କର୍ଲାକଣାଠାରେ ଗାଡ଼ି ଛାଡ଼ି କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ତେବେ ଦୁର୍ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଗେଟିପଡ଼ା ଛକ ନିକଟରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଛନ୍ତି। ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରୁଛି।

Share