ଗାଜଲବାଡି ଘାଟିରେ ଓଲଟିଲା ପିକ୍‌ଅପ୍‌

ଦାରିଙ୍ଗବାଡି,୩୦।୪(ଡି.ଏନ.ଏ): କନ୍ଧମାଳ ଜିଲାକୁ ସଂଯୋଗ କରୁଥୁବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ରବିବାର ଏକ ଫୁଲକୋବି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ରାଜପଥ ଅବରୋଧ ହୋଇ ରହିଥିଲା। ଖବର ପାଇ ପୋଲିସ ଏବଂ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ମନୋଜ କୁମାର ସାହୁ, ମୁଖ୍ୟ ଆଗ୍ନିକ ଚନ୍ଦ୍ର ଶେଖର ବେହେରା, ଗାଡିଚାଳକ ପ୍ରଶାନ୍ତ କୁମାର ଜେନା, ଜୁଗୁନୁ ବେହେରା, ସୁନୀଲ ଯାନୀ, ବାପୁନା ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପିକ୍‌ଅପ୍‌ ଭ୍ୟାନ୍‌କୁ ରାଜପଥରୁ ଉଠାଇଥିଲେ। ଫଳରେ ରାଜପଥ ଉପରେ ଅଟକି ରହିଥିବା ଗାଡିଗୁଡିକ ଚଳପ୍ରଚଳ କରିଥିଲା।
ପ୍ରକାଶ ଯେ, ଛତିଶଗଡ଼ରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ନଂ (ସିଜି ୦୪ପିସି ୬୪୨୪)ରେ କୋବି ନେଇ ଗଞ୍ଜାମ ଜିଲା ସୋରଡ଼ାକୁ ଯାଉଥିଲା। ଗ।ଜଲବାଡି ଘାଟିର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।