ବଣ୍ଡାଘାଟିରେ ଓଲଟିଲା ପ୍ରସୂତିଙ୍କୁ ନେଇ ଯାଉଥିବା ପିକଅପ୍‌ ଭ୍ୟାନ୍‌

ଖଇରପୁଟ ୧୯ା୧୨(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଶନିବାର ଏକ ପିକଅପ ଭ୍ୟାନ୍‌ ଓଲଟି ୪ଜଣ ଗୁରୁତର ହୋଇଛନ୍ତି। ବଣ୍ଡାଘାଟି ଗ୍ରାମର ଜଣେ ପ୍ରସୂତିଙ୍କୁ ନେଇ ଭ୍ୟାନଟି ମୁଦୁଲିପଡା ଯାଉଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ୪ଜଣ ଙ୍କୁ ଗୁରୁତର ହୋଇଛନ୍ତି। ଗର୍ଭବତୀ ଜଣଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ସେମାନେ ହେଲେ ଗୁଲୁଙ୍ଗୁପଦର ଗ୍ରାମର ଗୁରୁବାରୀ ମୁଦୁଲି, ହାଡି କିର୍ସାନି, ବନ୍ଧଗୁଡାର ସୁକାନ୍ତି କିର୍ସାନି ପେଡେଲଗୁଡାର ସମ୍ବାରି ଚଲାଣ। ଗୁରୁବାରୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଜଣଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି। ମୁଦୁଲିପଡା ପୋଲିସ ଘଟଣାର ତଦନ୍ତ କରୁଛି।