ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ କଥା କହିଥାନ୍ତି। ମାତ୍ର ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଲୋକଙ୍କ ମୌଳିକ ସମାସ୍ୟା ପ୍ରତ ଆଖି ବୁଜିଦିଅନ୍ତି। ବିକାଶଠାରୁ ବହୁ ଦୂରରେ ରହିଛି ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତର କୁମ୍ଭିଖାରି ଗ୍ରାମ।
ରାମଗିରିଠାରୁ ଗୁପ୍ତେଶ୍ୱର ଯିବା ବାଟରେ ଗଲେ ପଡ଼େ କୁମ୍ଭିଖାରି ଗ୍ରାମ। ଏହି ଗ୍ରାମକୁ ଲାଗି ଅନେକ ଛୋଟ ଆଦିବାସୀ ପଲ୍ଲୀ ଯଥା ଆମ୍ବଗନ୍ଦଲି, ଅଣ୍ଟାଲଗୁଡା, ବାଦୁଡି ପାହାଡ ଆଦି ରହିଛି। କୁମ୍ଭିଖାରି ଗ୍ରାମରେ ୧୫ ପରିବାର,ଅଣ୍ଟାଲଗୁଡ଼ାରେ ୧୩ ପରିବାର, ଆମ୍ବଗନ୍ଦଲିରେ ୨୫ ପରିବାର ଓ ବାଦୁଡି ପାହାଡ଼ଠାରେ ୭ ପରିବାର ବସବାସ କରୁଛନ୍ତି। ଏସବୁ ଗ୍ରାମ ଆମ୍ବଗନ୍ଦଲି ୱାର୍ଡରେ ରହିଛି। ତେବେ ଏସବୁ ଗ୍ରାମକୁ ଏପର୍ଯ୍ୟନ୍ତ ରାସ୍ତା,ପାନୀୟ ଜଳ ଓ ବିଦ୍ୟୁତ୍‌ ଆଲୋକ ପହଞ୍ଚତ୍ ପାରିନାହିଁ। କୁମ୍ଭିଖାରିଠାରୁ ଆମ୍ବଗନ୍ଦଲି ପର୍ଯ୍ୟନ୍ତ ରାସ୍ତା ନାହିଁ। ଦୁଇ ଗ୍ରାମ ମଧ୍ୟରେ ଦୂରତା ମାତ୍ର ଦେଢ କିଲୋ ମିଟର। ମାତ୍ର ଘାଟି ଥିବାରୁ ଯାତାୟାତରେ ସମସ୍ୟା ରହିଛି। ଗ୍ରାମ ଲୋକେ ବାରମ୍ବାର ପ୍ରଶାସନ ନିଟକରେ ରାସ୍ତା ପାଇଁ ଅନୁରୋଧ କରି ନିରାଶ ହୋଇ ଶେଷରେ ଘାଟି କାଟିବାକୁ ନିଷ୍ପତ୍ତି ନେଇ ପ୍ରତି ପରିବାରରୁ ଲୋକେ ବାହାରି ବିନା ପାରିଶ୍ରମିକରେ ୩ ମାସ ଧରି ଘାଟି କାଟିଲେ। ରାସ୍ତା ନ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଫଳରେ ରୋଗୀଙ୍କୁ ଖଟିଆରେ କାଉଡ଼ି କରି ଡାକ୍ତରଖାନା ଆଣିବାକୁ ପଡୁଛି। ଉପରୋକ୍ତ ଗ୍ରାମଗୁଡିକରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। କୁମ୍ଭିଖାରୀ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ପାହାଡ ଉପରୁ ଝରଣାର ପାଣି ପାଇପ ବିଛାଇ ଗ୍ରାମକୁ ଆଣିଛନ୍ତି। ଏସବୁ ଗଁାକୁ ଏଯାଏ ବିଦ୍ୟୁତ୍‌ ଆଲୋକ ଆସିନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ସୋମନାଥ ଗାଦବା, ମଙ୍ଗଳା ଗାଦବା, ସାଧୁ ଚରଣ ଶିଶା, କମୁଳୁ ଖରା, ବୃନ୍ଦାବତୀ ଖରା ଓ ଶଶୀ ଖରା କ୍ଷୋଭ ପ୍ରକାଶ କରି ସରକାରଙ୍କ ବିଭିନ୍ନ ଯୋଜନା ଆମପାଇଁ ମୂଲ୍ୟହୀନ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଜିଲାପାଳ ଭାବେ ଦାୟିତ୍ୱ ନେଲେ ମନୋଜ ସତ୍ୟବାନ ମହାଜନ, କହିଲେ ବିକାଶମୂଳକ କାର୍ଯ୍ୟ…

କୋରାପୁଟ,୨୮ା୭(ଅମିତାଭ ବେହେରା): ମନୋଜ ସତ୍ୟବାନ ମହାଜନ ସୋମବାର କୋରାପୁଟ ଜିଲାର ନୂଆ ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ ସୁନ୍ଦରଗଡ଼ ଜିଲାର...

ଶୌଚ ହେବାକୁ ଯାଇଥିବା ବେଳେ ଯୁବତୀଙ୍କୁ ବଳାତ୍କାର: ପୀଡ଼ିତାଙ୍କ ବାପା କହିଲେ…

କୋରାପୁଟ,୨୭।୭(ଅମିତାଭ ବେହେରା): କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଖଡାମାଳିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଶୌଚ ହେବାକୁ ଯାଇଥିବା ଜଣେ...

ମୁହାମୁହିଁ ଧକ୍କା ହେଲା ଦୁଇ ଟ୍ରକ, ଗୁରୁତର ଡ୍ରାଇଭର ଆନ୍ଧ୍ର ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର

ପଟ୍ଟାଙ୍ଗି,୨୬।୭,(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ ଦୁଇ ଟ୍ରକ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଗୁରୁତର...

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତା କର୍ମୀଙ୍କ ଧାରଣା

କୋରାପୁଟ,୨୬।୭,(ଅମିତାଭ ବେହେରା ): ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ସମୁଖରେ ଅବିଭକ୍ତ କୋରାପୁଟ ଜିଲାର ବିଜେଡି ନେତା ଓ କର୍ମୀଙ୍କ ଧାରଣା...

ଘରୋଇ କମ୍ପାନୀର ୧୧ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ,୨୫।୭(ଅମିତାଭ ବେହେରା): ଏକ ଘରୋଇ କମ୍ପାନୀର ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ପୋଲିସ ତିନିଜଣଙ୍କୁ...

ଡେପୁଟି ରେଞ୍ଜରଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ଜବତ ହେଲାଣି ନଗଦ ୧ କୋଟି ୪୪ ଲକ୍ଷ ଟଙ୍କା

କୋରାପୁଟ/ଜୟପୁର,୨୫ା୭(ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁର ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ତଥା ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା...

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

କୋରାପୁଟ,୨୫ା୭(ପବନ ପାଣିଗ୍ରାହୀ): ଜୟପୁର ଫରେଷ୍ଟ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ...

ଜାତୀୟ ରାଜପଥରେ ଦୁଇ କାର୍‌ ମୁହାଁମୁହିଁ: ଚାଲିଗଲା ୩ ଜୀବନ

କୋରାପୁଟ/ସୁନାବେଡା୨୦।୭(ଅମିତାଭ ବେହେରା/କୃତିବାସ ପ୍ରଧାନ ): କୋରାପୁଟ ଜିଲା ସୁନାବେଡା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ କାର୍‌ ମୁହାଁମୁହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image