Categories: ଜାତୀୟ

ଭାଜପାରେ ମିଶିବା ପାଇଁ ଟଙ୍କା ଯାଚିଥିଲେ ପାଇଲଟ

ଜୟପୁର,୨୧ା୭(ପି.ଟି.): ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେବା ପାଇଁ ବିଦ୍ରୋହୀ ନେତା ସଚିନ ପାଇଲଟ ତାଙ୍କୁ ଟଙ୍କା ଯାଚିଥିଲେ ବୋଲି ରାଜସ୍ଥାନର କଂଗ୍ରେସ ବିଧାୟକ ଗିରିରାଜ ସିଂ ମାଲିଙ୍ଗା ଅଭିଯୋଗ କରିଛନ୍ତି। ସେ ଭାଜପାରେ ଯୋଗଦେବାକୁ ମନା କରିଦେଇଥିଲେ। କଂଗ୍ରେସ ବିଧାୟକଙ୍କ ଅଭିଯୋଗକୁ ପାଇଲଟ ଖଣ୍ଡନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା। ଦଳର ରାଜ୍ୟ ନେତୃତ୍ୱ ବିରୋଧରେ ସ୍ବର ଉଠାଇବାରୁ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଥିବା ପାଇଲଟ କହିଛନ୍ତି।

Share