Categories: ଫୁରସତ

ଗୋଲାପି ତାବୁତ୍‌ର କ୍ରେଜ୍‌

ୱାଶିଂଟନ: ଅନେକ ସମୟରେ ବାର୍ବିକୁ ନେଇ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଥାଏ। କିଛି ଲୋକ ବାର୍ବି ଥିମ୍‌କୁ ନେଇ ନିଜ ଘରକୁ ସଜାଇଥିବା ଦେଖିବାକୁ ମିଳିଛି। ନିକଟରେ ଫିଲ୍ମ ‘ବାର୍ବି’ ରିଲିଜ୍‌ ହେବାରୁ ଏହାର କ୍ରେଜ୍‌ ଅଧିକ ବଢ଼ିଯାଇଛି। ଏହାର ଡିମାଣ୍ଡକୁ ଦେଖି ବିକ୍ରେତା ବାର୍ବି ଥିମ୍‌ର ତାବୁତ୍‌ ମଧ୍ୟ ତିଆରି କରୁଛନ୍ତି। ଲୋକେ ତାଙ୍କ ଆତ୍ମୀୟଙ୍କ ସଂସ୍କାର ପାଇଁ ମଧ୍ୟ ଏହି ବାର୍ବି ଥିମ୍‌ର ତାବୁତ୍‌ କିଣିବାକୁ ଅଧିକାଂଶ ଅର୍ଡର ମଧ୍ୟ ଦେଉଛନ୍ତି। ରିପୋର୍ଟ ମୁତାବକ, ବଲିଉଡ୍‌ ଅଭିନେତା, ସ୍କ୍ରିନ ରାଇଟର, ଡାଇରେକ୍ଟର ଗ୍ରେଟା ଗେରବିଗ୍‌ଙ୍କ ‘ବାର୍ବି’ ଫିଲ୍ମ ଆସିବା ପରେ ଲୋକଙ୍କ ପାଖରେ ଏହାର କ୍ରେଜ୍‌ ଅଧିକ ଦେଖିବାକୁ ମିଳିଛି। ଲୋକେ ବାର୍ବି ପ୍ରତି ନିଜର କ୍ରେଜ୍‌କୁ ବଞ୍ଚାଇ ରଖିବା ସହ ମରିବା ପରେ ମଧ୍ୟ ତାହା ବଜାୟ ରଖିବାକୁ ପସନ୍ଦ କରୁଛନ୍ତି। ଏହି ଗୋଲାପି ରଙ୍ଗର ତାବୁତ୍‌ର ପ୍ରଚାର କରିବା ସମୟରେ ସେମାନେ କହୁଛନ୍ତି, ଏହା ଆକର୍ଷଣୀୟ ରଙ୍ଗ ସହ ସେହି ଅବିସ୍ମରଣୀୟ ମୁହୂର୍ତ୍ତର ଆନନ୍ଦ, ଶକ୍ତିକୁ ଦର୍ଶାଇଥାଏ, ଯାହା ସେମାନେ ତାଙ୍କ ଜୀବନରେ କରିଥିଲେ। ଏହା ଏକ ଅବସୋସ ଯାହା କାହାଣୀ ମନେ ରଖିବା ଯୋଗ୍ୟ ଏବଂ ଏହାକୁ ରଙ୍ଗର ସହ ବିତାଇବା ଉଚିତ। ଏହାଛଡ଼ା ଓଲିବରେଶ ଫ୍ୟୁନେରାଲ ହୋମ୍‌ ନାମକ ଏକ କମ୍ପାନୀ ନିଜର ‘ବାର୍ବି ହାଉସ୍‌’ ତାବୁତର ପ୍ରଚାର କହିଛି, ଆପଣ ବାର୍ବି ଭଳି ଏହି ତାବୁତ୍‌ରେ ଆରାମ ମଧ୍ୟ କରିପାରିବେ। ମେକ୍ସିକୋ, ଏଲ୍‌ ସାଲ୍‌ଭାଡର ଏବଂ ଆମେରିକାର ଅନେକ କମ୍ପାନୀ ଏପରି ଗୋଲାପି ତାବୁତ୍‌ ତିଆରି କରୁଛି। ଏଥିସହ ସେମାନେ ଏହି ଗୋଲାପି ରଙ୍ଗର ତାବୁତ୍‌ ପାଇଁ ମଧ୍ୟ ୩୦-୪୦ ପ୍ରତିଶତ ଡିସ୍‌କାଉଣ୍ଟ ରଖୁଛନ୍ତି।

Share