ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ମରାମତି ହେଲା ପାଇପ୍‌

କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି କେନ୍ଦୁଝର ସହର ଧର୍ମଶାଳା ରାସ୍ତାରେ ପିଇବା ପାଣି ପାଇପ୍‌ ଫାଟି ରାସ୍ତାରେ ସୁଅ ଛୁଟୁଥିଲା। ଏହା ଦ୍ୱାରା ପାଣି ସଂକ୍ରମଣ ଆଶଙ୍କା ଥିବା ବେଳେ ପାଣି ନଷ୍ଟ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଅଭିଯୋଗ କଲେ ମଧ୍ୟ ମରାମତି ହେଉ ନ ଥିବା ବେଳେ ପାଣି ଯୋଗୁ ଉକ୍ତ ସ୍ଥାନରେ ଯାତାୟାତରେ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା। ପାଖରେ ବସି ବିକ୍ରିବଟା କରୁଥିବା ବନବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଧରିତ୍ରୀରେ ୨୯ ତାରିଖରେ ‘ପାଇପ ଫାଟି ରାସ୍ତାରେ ପାଣି ଫୁଆରା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପରଦିନ ଏହାର ମରାମତି କରି କଂକ୍ରିଟ କରାଯାଇଛି। ତେବେ କେନ୍ଦୁଝର ସହରର ଅନ୍ୟାନ୍ୟ ଅଞ୍ଚଳରେ ଏଭଳି ପାଇପ ଫାଟି ପାଣି ବୋହୁଥିବା ବେଳେ ବାହାର ମଇଳା ସଂସ୍ପର୍ଶରେ ଆସି ପାଣି ସଂକ୍ରମଣ ହେବା ଆଶଙ୍କା ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

Share