ପିପିଲି ଉପନିର୍ବାଚନ:ଆରମ୍ଭ ହେଲା ପ୍ରଚାର

ଭୁବନେଶ୍ୱର,୨୧।୯(ବ୍ୟୁରୋ)/ପିପିଲି:ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସୋମବାରଠାରୁ ବିଧିବଦ୍ଧ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ପ୍ରଚାର ପାଇଁ କେବଳ ୭ ଦିନ ସମୟ ଥିବାରୁ ରାଜନୈତିକ ଦଳଗୁଡ଼ିକ ପ୍ରଥମ ଦିନରୁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ବଡ ବଡ ରାଲି ଏବଂ ସଭାସମିତି ଉପରେ କଟକଣା ଜାରି କରାଯାଇଛି। ଦଳୀୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଘର ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ଏଥିସହିତ ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ନିଜ ବାସସ୍ଥାନ ପାଣିଦୋଳ ଗ୍ରାମରୁ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ସେ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାଶ ଗୋବିନ୍ଦପୁରଠାରେ ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ଗୋପାଳଜୀଉ ମନ୍ଦିରରୁ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଦାଣ୍ଡମୁକୁନ୍ଦପୁର ଏବଂ ତେଇଶିପୁରର ବିଭିନ୍ନ ଅଞ୍ଚଳକୁ ଯାଇ ଭୋଟରଙ୍କ ସହ ମିଶିଛନ୍ତି।
ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛି। ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ସମେତ ପଞ୍ଚାନନ କାନୁନ୍‌ଗୋ, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଦେବାଶିଷ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। କୋଭିଡ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ପ୍ରଚାର ପାଇଁ ଅନେକ କଟକଣା ଜାରି କରିଛନ୍ତି। କଟକଣାକୁ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି। ନିର୍ବାଚନ ପ୍ରଚାର ଆଗାମୀ ଦିନରେ ଆହୁରି ସରଗରମ ହେବ। ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇବେ। ବିଜେଡି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଭାଜପା ପିପିଲି ଆସନକୁ ଦଖଲ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ସେହିପରି କଂଗ୍ରେସ ନିଜର ପୁରୁଣା ଗଡ ବଞ୍ଚାଇବାକୁ ମଧ୍ୟ ପ୍ରୟାସ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା: ନାରୀ ଶକ୍ତିର ଅପୂର୍ବ ଅଭ୍ୟୁଦୟ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓ ଅଖ୍ୟାତ ପୁରପଲ୍ଲୀରେ ବାସ କରୁଥିବା ସମସ୍ତ ମହିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସତରେ ଚଳିତ ବର୍ଷର ବିଷୟବସ୍ତୁ...

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ

ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ...

ଉତ୍ତର ଘୁମୁସର ବନଖଣ୍ଡର ୨୨ ଜଙ୍ଗଲ ଜଳୁଛି , ନିଆଁ ଲିଭାଉଥିବା ବେଳେ ଭାଲୁ ଆକ୍ରମଣ, ଫରେଷ୍ଟର ଗୁରୁତର

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବ୍ରାହ୍ମଣସାହି ଜଙ୍ଗଲରେ ନିଆଁ ଲିଭାଉ ଥିବା ବେଳେ ଭାଲୁ ଆକ୍ରମଣରେ ଜଣେ...

ବ୍ରହ୍ମପୁରରେ ସୁଭଦ୍ରା ଦ୍ବିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୭ା୩(ସନ୍ତୋଷ ପାଢ଼ୀ)- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ମୁଖ୍ୟମନ୍ତ୍ରୀ ମୋହନ...

ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ

ଜି.ଉଦୟଗିରି,୭।୩ (ଚିନ୍ମୟ କୁମାର ସେଠୀ ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ମାର୍ଚ୍ଚ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୭।୩ (ବନ୍ଦନା ସେଠୀ)- ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ଅଭିଯୋଗ ଶୁଣାଣିକୁ...

Delimitation: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୭।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଏକ ବୈଠକ ଡାକିଛନ୍ତି। ଷ୍ଟାଲିନ ଯେଉଁ...

ସ୍ନାତକୋତ୍ତର ନାମଲେଖା ଶୀଘ୍ର ଆରମ୍ଭ କରିବା ଲାଗି ସରକାରଙ୍କ ନିଷ୍ପତ୍ତି, ମାର୍ଚ୍ଚ ୧୦ରୁ ଆବେଦନ

ଭୁବନେଶ୍ୱର,୭।୩: ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image