ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏଦିଗରେ କାମ ଆରମ୍ଭ କରିଦେବି। ଏହାବାଦ ନିର୍ବାଚନ ଆଚରଣବିଧିର ଆଜି ଶେଷ ଦିନ। କାଲିଠୁ ଅଫିସିଆଲ ପ୍ରୋସେସ ଆରମ୍ଭ ହୋଇଯିବ ବୋଲି ଶପଥ ପାଠ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ବିଧାୟକ ରୁଦ୍ର ମହାରଥୀ ସୂଚନା ଦେଇଛନ୍ତି।