କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ ଫେସବୁକରେ ଗୁଳି ଚଳାଇବା ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଫେସବୁକର ଆଇପି ଆଡ୍ରେସ କନାଡାର ବୋଲି ଜଣାପଡିଛି।

ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଭାଇ ଅନମୋଲ ବଶ୍ନୋଇ ଏକ ଫେସବୁକ ଅନଲାଇନ ପୋଷ୍ଟରେ ଏହି ଘଟଣା ପାଇଁ ସେ ଦାୟୀ ବୋଲି କହିଥିଲେ ଏବଂ ଏହା ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲେ। ଅନୁସନ୍ଧାନକାରୀ ଏଜେନ୍ସି ସହ ଜଡିତ ସୂତ୍ର କହିଛି ଯେ ଆମେରିକାରେ ଏହି ଷଡଯନ୍ତ୍ର ରଚାଯାଇଛି। ଏହି ଯୋଜନା ପ୍ରାୟ ଏକ ମାସ ଧରି ଚାଲିଥିଲା।
ସୂଚନାଯୋଗ୍ୟ, ରବିବାର (ଏପ୍ରିଲ ୧୪, ୨୦୨୪) ରେ ମୁମ୍ବାଇର ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଦୁଇଜଣ ସୁଟର ଗୁଳି ଚଳାଇଥିଲେ। ଏହା ପରେ ଦୁହେଁ ପଳାଇ ଯାଇଥିଲେ ଏବଂ ପୋଲିସ ସେମାନଙ୍କୁ ଖୋଜାଖୋଜି କରୁଛି।

Share