ଜୟପୁରରେ ପହଞ୍ଚିଲା ବିମାନ

ଭୁବନେଶ୍ୱର,୬ା୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍‌ ଏୟାର ବିମାନ  ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ ଜୟପୁରରୁ ସକାଳ ୯ଟାରେ ଛାଡ଼ି ଭୁବନେଶ୍ୱରରେ ୧୦.୧୫ରେ ପହଞ୍ଚିବ ବୋଲି ବିମାନବନ୍ଦର ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩୧ରେ କୋରାପୁଟ ଜିଲାର ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।

Share