ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…

କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍‌ପିଟ୍‌ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପାଇଲଟ ଯେଉଁଭଳି ଗଗନଶ୍ଚୁମ୍ବୀ କୋଠା ମଝିରେ ବିମାନ ଉଡ଼ାଉଥିଲେ, ଯିଏ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।

ବିମାନ ଆକାଶରେ ଉଡ଼ିବା ସମୟରେ ବେଶ୍‌ ରୋମାଞ୍ଚର ଦେଖାଯାଇଥାଏ। ସବୁଠୁ ସୁନ୍ଦର ଦେଖାଯାଏ ଯେଉଁଠି ପାଇଲଟ୍‌ ବସି ବିମାନ ଚଳାଇଥାନ୍ତି। ତାହାକୁ କକ୍‌ପିଟ୍‌ କୁହାଯାଏ। ଭାଇରାଲ ହୋଇଥିବା ଭିଡିଓରେ, ବ୍ରିସବେନ ସହରର କିଛି କୋଠା ଉପରେ ବାୟୁସେନାର ବିମାନଟି ଉଡ଼ାଣ କରୁଛି। ଉଡ଼ାଣ ଦେଖିଲେ ଲାଗିବ ବିମାନଟି ସତେ ଯେମିତି କୋଠାରେ ପିଟି ହୋଇଯିବ। କିନ୍ତୁ ଚାଳକ ଏତେ ସାବଧାନତାର ସହ ଉଡ଼ାଣ କରୁଛନ୍ତି କୌଣସି କୋଠାରେ ବିମାନ ମାଡ଼ ହେଉନାହିଁ।

ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ନାନା ପ୍ରତିକ୍ରିୟା ସବୁ ଦେଇଛନ୍ତି। କିଛି ଲୋକ ଏହାକୁ ଅତ୍ୟନ୍ତ ଭୟଙ୍କର ଘଟଣା କହିଥିବା ବେଳେ ଆଉ କେହି ସହରର ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଯେତେବେଳେ ବିମାନଟି ଉଡ଼ାଣ କରିଥିଲା ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ବାୟୁସେନାର ବାର୍ଷିକ ଉତ୍ସବ ଉପଲକ୍ଷେ କିଛିଦିନ ତଳେ ପୂର୍ବାଭାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହା ଶନିବାର ଉଦ୍‌ଯାପିତ ହୋଇଥିଲା।

Share