ଜଳିଗଲା ବିମାନ, ୬ ମୃତ

ଓ୍ବାଶିଂଟନ,୯ା୭: ଦକ୍ଷିଣ କାଲିଫର୍ନିଆରେ ବିମାନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲସ୍‌ଆଞ୍ଜେଲସ ଏବଂ ସାନ ଡିଏଗୋ ମଧ୍ୟରେ କାଲିଫର୍ନିଆର ମୁରିଏଟା ସହରର ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବିମାନଟି ଲାସ ଭେଗାସର ହ୍ୟାରି ରିଡ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଏହା ଏକ ସେସ୍‌ନା ସି-୫୫୦ ବାଣିଜି୍ୟକ ବିମାନ ଥିଲା।

ରିଭରସାଇଡ କାଉଣ୍ଟି ଅଗ୍ନିଶମ ବିଭାଗର ସୂଚନାନୁସାରେ, ଅଧିକାରୀମାନେ ଜଳୁଥିବା ବିମାନକୁ ରବିବାର ଭୋର୍‌ ୪ଟା ପରେ ପାଇଛନ୍ତି। ସଙ୍ଗେ ସଙ୍ଗେ ବିମାନରେ ଥିବା ୬ ଜଣଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

Share